Breaking PLUS

ଲିପୁଲେକ୍ ସୈନ୍ୟ ଠୁଳ କରୁଛି ଚୀନ

ଏଲଏସିରୁ ସୈନ୍ୟ ପ୍ରତ୍ୟାର ପରେ ଲିପୁଲେକ୍ ରେ ସୈନ୍ୟ ଠୁଳ କରୁଛି ଚୀନ୍ । ଚାଇନା ପ୍ରାୟ ଏକ ହାଜାରୁ ଅଧିକ ସୈନ୍ୟ ଏଠାରେ ଠୁଳକରିଥିବା ସୂଚନା ରହିଛି । ଲିପୁଲେକ୍ ତିନୋଟି ଦେଶକୁ ଯୋଡ଼ୁଥିବା ଭାରତୀୟ ସିମାବର୍ତ୍ତୀ ଅଞ୍ଚଳ । ଏହା ନେପାଳ ଓ ଚୀନକୁ ଭାରତ ସହ ଜୋଡୁଥିବା ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳ ।

ବିଗତ କିଛି ଦୀନ ହେବ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଲାଗିରହିଛି । ଲେହ ଲଦାଖରେ ଭାରତ ଓ ଚୀନ୍ ର ସୈନ୍ୟ ମୁହାଁ ମୁହିଁ ମଧ୍ୟ ହୋଇଥିଲେ ଏଥିରେ ୨୦ଜଣ ଭାରତୀୟ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୪୦ ଚୀନ୍ ସୈନିକ ନିହତ ହୋଇଥିବା ସୂଚନା ରହିଛି । ଏହା ପରେ ଭାରତ ଓ ଚୀନ ମଧ୍ୟରେ ବହୁ ବାର କମାଣ୍ଡର ସ୍ତରିୟ ବୈଠକ ବସିଥିଲା । ଏହା ଫଳସ୍ୱରୁପ ଭାରତ ଓ ଚୀନ୍ ନିଜ ନିଜ ସୈନିକଙ୍କୁ LACରୁ ପ୍ରତ୍ୟାହାର କରିବାକୁ ଏକମତ ହୋଇଥିଲେ । ଲେହ ଲଦାଖରୁ ସେନା ପ୍ରତ୍ୟାହାର ପରେ ଚାଇନା ଏବେ ଲିପୁଲେକ୍ ଆଡେ ମୁହାଁଉଛି ।

ଭାରତ ପାଇଁ ଲିପୁଲେକ୍ ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ଅଟେ । କାରଣ ଏହି ବାଟ ଦେଇ ଭାରତୀୟ ତୀର୍ଥଯାତ୍ରୀ ମାନେ ମାନସରୋବର ଯାତ୍ରା କରିଥାନ୍ତି । ଏହାକୁ ନଜରରେ ରଖି ଏହି ଅଞ୍ଚଳରେ ଭାରତ ଦ୍ୱାରା ଏଠାରେ ଦିର୍ଘ ୮୦ କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନେପାଳ ଏହାକୁ ବିରୋଧ କରୁଛି ।

Show More

Related Articles

Back to top button