ଦେଶ ବିଦେଶରାଜନୀତି

ଫାଟୁଛି କଂଗ୍ରେସ; ମା-ପୁଅ ମୁହାଁମୁହିଁ

ଭାରତର ଏହି ସର୍ବ ପୁରାତନ ଦଳରେ ଯୁବ ଓ ଅଭିଜ୍ଞ ନେତାଙ୍କ ମଧ୍ୟରେ ଫାଟକ ବଢିବାରେ ଲାଗିଛି। ଖୋଦ ମା ସୋନିଆ ଗାନ୍ଧି ଓ ପୁଅ ରାହୁଲ ଗାନ୍ଧିଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢୁଥିବା ସୂଚନା ମିଳିଛି।

ନୂଆଦିଲ୍ଲୀ: କଂଗ୍ରେସର ନାଟକ ହାଟରେ ପଡ଼ି ବାଟରେ ଗଡ଼ିବା ପରିସ୍ଥିତି । ଭାରତର ଏହି ସର୍ବ ପୁରାତନ ଦଳରେ ଯୁବ ଓ ଅଭିଜ୍ଞ ନେତାଙ୍କ ମଧ୍ୟରେ ଫାଟକ ବଢିବାରେ ଲାଗିଛି। ଖୋଦ ମା ସୋନିଆ ଗାନ୍ଧି ଓ ପୁଅ ରାହୁଲ ଗାନ୍ଧିଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢୁଥିବା ସୂଚନା ମିଳିଛି। ଏହାର ନିଚ୍ଛକ ଉଦାହରଣ ରାଜସ୍ଥାନ ରାଜନୀତିରେ ମହାସଙ୍କଟ । ରାଜସ୍ଥାନରେ ଯୁବ ବନାମ ବରିଷ୍ଠ ଏବଂ ରାହୁଲ ଗାନ୍ଧି ବନାମ ସୋନିଆ ଗାନ୍ଧି ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ, ଶୁକ୍ରବାର ଦଳର ଅନେକ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ଦସ୍ତଖସ୍ତ ଅଭିଯାନ ଚଳାଇ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିଲେ । ଏଭଳି ପରିସ୍ଥିତିରେ ଦଳ ଭିତରେ ୧୯୬୭ ଭଳି ବିଭାଜନକୁ ଭୟ କରାଯାଉଛି। ଯଦି ଭାରତୀୟ ରାଜନୀତିର ୪୩ ବର୍ଷର ଇତିହାସ ଦେଖାଯାଏ, ତେବେ ଏହି ସମୟ ମଧ୍ୟରେ କଂଗ୍ରେସ, ବିଜେପି ଏବଂ ଜନତା ଦଳ ଭଳି ବଡ଼ ଦଳରୁ ୮୭ଟି ଦଳ ଭାଙ୍ଗି ଯାଇଛନ୍ତି ।
ବର୍ତ୍ତମାନ ସମୟରେ ଦଳର ନେତାମାନଙ୍କ କହିବା ଅନୁସାରେ, ଦଳ ୧୯୬୭ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି। ସୂଚନାଯୋଗ୍ୟ ଯେ, କାମରାଜଙ୍କ ନେତୃତ୍ୱରେ ବୃଦ୍ଧ ନେତାମାନେ ଇନ୍ଦିରା ଗାନ୍ଧୀଙ୍କୁ ଦଳରୁ ବହିଷ୍କାର କରିଥିଲେ। ପରେ ଇନ୍ଦିରା ଏକ ଅଲଗା ଦଳ ଗଠନ କରିଥିଲେ।

Show More

Related Articles

Back to top button