ଦେଶ ବିଦେଶବାଣିଜ୍ୟ

ବଢିପାରେ ଋଣ ପରିଶୋଧ ଅବଧି; ବିରୋଧ କରୁଛି ବ୍ୟାଙ୍କ

ଋଣର ସମୟସୀମା ବୃଦ୍ଧି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଅନେକ ବ୍ୟାଙ୍କ ଏହାର ବିରୋଧ କରୁଛନ୍ତି ।

ନୂଆଦିଲ୍ଲୀ: ବ୍ୟାଙ୍କରୁ ଋଣ କରିଥିବା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର। ଋଣର ସମୟସୀମା ବୃଦ୍ଧି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩୧ ତାରିଖରେ ଋଣ ପରିଶୋଧ କରିବା ସମାପ୍ତ ହୋଇଯିବ । ଅଗଷ୍ଚ ୩୧ ତାରିଖ ପରେ ମଧ୍ୟ ଋଣ ପରିଶୋଧ ତାରିଖ ବଢାଯାଇପାରିବ, କିନ୍ତୁ ଅନେକ ବ୍ୟାଙ୍କ ଏହାର ବିରୋଧ କରୁଛନ୍ତି । ଶିଳ୍ପ ସଂଗଠନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ବିଷୟରେ ଆଲୋକପାତ କରିଥିଲେ ।ସୀତାରମଣ କହିଛନ୍ତି ଯେ, ତାଲାବନ୍ଦ କାରଣରୁ ଏହି ସେକ୍ଟରରେ ସର୍ବାଧିକ କ୍ଷତି ଦେଖିବାକୁ ମିଳିଛି ।

ବ୍ୟାଙ୍କିଂ ସେକ୍ଟରରେ ଚଳିତ ବର୍ଷ 90,000 କୋଟି ଟଙ୍କା କ୍ଷତି ସହିପାରେ ବୋଲି ଆଗୁଆ ଅନୁମାନ କରିଛନ୍ତି ସୀତାରମଣ।
ଏହାସହ ଚଳିତ ସପ୍ତାହ ଆରମ୍ଭରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ଏକ ବୈଠକ ସମୟରେ ଭାରତ ଏଣ୍ଟରପ୍ରାଇଜେସର ଭାଇସ ଚେୟାରମ୍ୟାନ୍ ରାକେଶ ଭାରତୀ ମିତ୍ତଲ ମଧ୍ୟ ଋଣ ପ୍ରତିଶୋଧର ସମୟ ବଢାଇବାକୁ ଦାବି କରିଥିଲେ । ଯଦି ଏହାକୁ ବୃଦ୍ଧି ନ କରାଯାଏ, ତେବେ ଚଳିତ ବର୍ଷ NPA ତାଲିକାରେ ଅନେକ କମ୍ପାନୀ ଆସିପାରନ୍ତି। ତେବେ ଏହାର ସପକ୍ଷରେ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ନଥିବା ମଧ୍ୟ ଜଣାପଡ଼ିଛି ।

Show More

Related Articles

Back to top button