ଦେଶ ବିଦେଶ

ଝଲସୁଛି ଅଯୋଧ୍ୟା; ‘ନାଗରା’ ଶୈଳୀରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର

ନାଗରା ଶୈଳୀରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର । ଏହି ବିଶାଳକାୟ ମନ୍ଦିରରେ ୫ଟି ଗମ୍ୱୁଜ ବିଶିଷ୍ଟ ମଣ୍ଡପ ଓ ଗୋଟିଏ ଶିଖର ରହିବ । ମନ୍ଦିରର ଉଚ୍ଚତା ୧୬୧ ଫୁଟ ରହିବ ।

ଲକ୍ଷ୍ନୌ: ଭବ୍ୟ ରାମମନ୍ଦିର ନିର୍ମାଣ କରିବା ପାଇଁ ଅଯୋଧ୍ୟା ନଗରୀ ସଜେଇ ହେଉଛି। ସବୁଠି ଭଗବାନ ରାମଙ୍କ ଫଟୋଚିତ୍ର ଓ ଚିତ୍ରାଙ୍କନ । ଦେଶର କୋଣ ଅନୁକୋଣରୁ ଛୁଟୁଛନ୍ତି ସାଧୁସନ୍ଥ । ସେପଟେ ମହାମାରୀ କୋରୋନା ସମୟରେ ଏପରି ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ। ତେବେ ଆପଣ ଜାଣିଛନ୍ତି କି, କେଉଁ ଶୈଳୀରେ ନିର୍ମାଣ ହେବ ରାମ ମନ୍ଦିର । ତେବେ ଆସନ୍ତୁ ଜାଣିବା ଭବ୍ୟ ରାମ ମନ୍ଦିରର କାରୁକାର୍ଯ୍ୟ ।

ନାଗରା ଶୈଳୀରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର । ଏହି ବିଶାଳକାୟ ମନ୍ଦିରରେ ୫ଟି ଗମ୍ୱୁଜ ବିଶିଷ୍ଟ ମଣ୍ଡପ ଓ ଗୋଟିଏ ଶିଖର ରହିବ । ମନ୍ଦିରର ଉଚ୍ଚତା ୧୬୧ ଫୁଟ ରହିବ । ତିନି ମହଲା ବିଶିଷ୍ଟ ଏହି ମନ୍ଦିର ବାସ୍ତୁଶାସ୍ତ୍ରର ଅନେକ ନୀତି ନିୟମ ଅନୁସାରେ ନିର୍ମିତ କରାଯିବ । ଆଗାମୀ ସାଢେ ତିନି ବର୍ଷ ମଧ୍ୟରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି । ସମସ୍ତ ସୂଚନା ମନ୍ଦିରର ମୁଖ୍ୟ ଶିଳ୍ପୀ ଚନ୍ଦ୍ରକାନ୍ତଭାଇ ସୋମ୍‌ପୁରାଙ୍କ ପୁତ୍ର ଆଶିଷ ସୋମ୍‌ପୁରା କହିଛନ୍ତି।

ଅପରପକ୍ଷେ, ମୂଳ ମନ୍ଦିର ନକ୍ସାରେ ୨୧୨ ସ୍ତମ୍ଭ (ପିଲାର) ନିର୍ମାଣ ହେବାକୁ ଥିବାବେଳେ ପରିବର୍ତ୍ତିତ ନକ୍ସାରେ ୩୬୦ ସ୍ତମ୍ଭ ରହିବ । ଅଗଷ୍ଟ ୫ ତାରିଖରେ ଭବ୍ୟ ରାମ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟ୍ଟେଲ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ରାମ ଜନ୍ମଭୂମି ଟ୍ରଷ୍ଟର ମୁଖ୍ୟ ଉପସ୍ଥିତ ରହିବେ। ଏହାକୁ ନେଇ ପୂରା ଅଯୋଧ୍ୟା ନଗରୀକୁ ସାଜସଜ୍ଜା କରାଯାଇଛି ।

Show More

Related Articles

Back to top button