ଦେଶ ବିଦେଶ

ଆମେରିକାରେ ଟିକଟକ୍ ଉପରେ ଲାଗିବ ପ୍ରତିବନ୍ଧକ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିବା ଖବର ସାମ୍ନାକୁ ଆସିଛି। ଟ୍ରମ୍ପ କହିଛନ୍ତି ଯେ, ଏକ କାର୍ଯ୍ୟନିର୍ବାହୀ ଆଦେଶ ସହିତ ୨୪ଘଣ୍ଟା ମଧ୍ୟରେ ଆମେରିକାରେ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଯିବ।

ନୂଆଦିଲ୍ଲୀ: ମହାମାରୀ କୋରୋନା କାରଣରୁ ଚୀନ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିକ୍ତତା ବଢିବାରେ ଲାଗିଛି ଽ ଅନେକ ସମୟରେ ଚୀନକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଽ ଏହାରି ମଧ୍ୟରେ ଚୀନ ବିରୋଧରେ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ଽ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିବା ଖବର ସାମ୍ନାକୁ ଆସିଛି। ଟ୍ରମ୍ପ କହିଛନ୍ତି ଯେ, ଏକ କାର୍ଯ୍ୟନିର୍ବାହୀ ଆଦେଶ ସହିତ ୨୪ଘଣ୍ଟା ମଧ୍ୟରେ ଆମେରିକାରେ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଯିବ।
ଟ୍ରମ୍ପ କହିଥିଲେ, ‘ଟିକ୍ ଟକ୍ ଉପରେ ପଦକ୍ଷେପ ନେବାକୁ ଆମ ପ୍ରଶାସନ ମଧ୍ୟ ଏହାର ମୂଲ୍ୟାଙ୍କନ କରୁଛି। ଏକ ଲୋକପ୍ରିୟ ଚାଇନିଜ୍ ଭିଡିଓ ଆପ୍ ବର୍ତ୍ତମାନ ଜାତୀୟ ସୁରକ୍ଷା ଏବଂ ସେନ୍ସରସିପ୍ ପ୍ରସଙ୍ଗର ଉତ୍ସ ପାଲଟିଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି ଯେ, ଟିକ୍ ଟକ୍ ଉପରେ ଆମର ନଜର ରହିଛି। ଆମ ପକ୍ଷରେ ଏହାକୁ ନିଷେଧ କରିବା ସହ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଅଛି | ତେବେ ଆଗାମୀ ସମୟରେ କ’ଣ ହୋଇପାରିବ ସେହି ଅନୁସାରେ ଆମେ ପଦକ୍ଷେପ ନେବୁ |

Show More

Related Articles

Back to top button