ଓଡ଼ିଶା

ରାଜ୍ୟରେ ୨୦୦ ପାର କଲା କୋରୋନା ମୃତ୍ୟୁ

ଆଜି ରାଜ୍ୟରେ ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏମାନଙ୍କୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ୨୦୭କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ଅଦୃଶ୍ୟ କାୟା। ଆଜି ରାଜ୍ୟରେ ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏମାନଙ୍କୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ୨୦୭କୁ ବୃଦ୍ଧି ପାଇଛି। ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଗଜପତିରେ ୨, ଖୋର୍ଦ୍ଧା ଓ କଳାହାଣ୍ଡିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହା ଫଳରେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୦୬ ଓ ଖୋର୍ଦ୍ଧାରେ ୨୯କୁ ବୃଦ୍ଧି ପାଇଛି । ଠିକ୍ ସେହିପରି ଗଜପତିରେ ମୃତ୍ୟୁ ସଂଖ୍ୟା ୧୩, ରାୟଗଡ଼ାରେ ୧୦ ଓ କଳାହାଣ୍ଡିରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଥିବା ଜଣାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Back to top button