କୋରୋନା ଅପଡେଟ୍; ଆଜି ରାଜ୍ୟରେ ୧୩୮୪ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ କାୟା ବିସ୍ତାର କରିଚାଲିଛି ମହାମାରୀ କୋରୋନା। ଆଜି ରାଜ୍ୟରେ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି ।
ଏହି ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧା ଜିଲ୍ଲାରୁ ୨୧୧, କୋରାପୁଟ ଜିଲ୍ଲାରୁ ୯୭, ସମ୍ବଲପୁର ଜିଲ୍ଲାରୁ ୯୩ , କଟକ ଜିଲ୍ଲାରୁ ୮୯, ବାଲେଶ୍ବର ଜିଲ୍ଲାରୁ ୭୯, ଗଜପତି ଜିଲ୍ଲାରୁ ୬୧, ବଲାଙ୍ଗିର ଜିଲ୍ଲାରୁ ୫,୧ ସୁନ୍ଦରଗଡ଼ ଜିଲ୍ଲାରୁ ୪୬, ମାଲକାନଗିରି ଜିଲ୍ଲାରୁ ୩୯, ରାୟଗଡ଼ା ଜିଲ୍ଲାରୁ ୩୮, ବରଗଡ଼ ଜିଲ୍ଲାରୁ ୩୩, ମୟୂରଭଞ୍ଜ ଜିଲ୍ଲାରୁ ୨୯, ନବରଙ୍ଗପୁର ଜିଲ୍ଲାରୁ ୨୬, ଭଦ୍ରକ ଜିଲ୍ଲାରୁ ୨୫, ଜଗତସିଂହପୁର ଓ ନୟାଗଡ଼ରୁ ୨୨ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୮, ପୁରୀ ଜିଲ୍ଲାରୁ ୧୭, ଅନୁଗୁଳ ଜିଲ୍ଲାରୁ ୧୩, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୭, ସୁବର୍ଣ୍ଣପୁର ଜିଲ୍ଲାରୁ ୬, ନୂଆପଡ଼ା ଜିଲ୍ଲାରୁ ୫, କଳାହାଣ୍ଡି ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।