ଦେଶ ବିଦେଶମନୋରଞ୍ଜନ

ରାକ୍ଷୀର ଥାଳି ଅଛି, କିନ୍ତୁ ତୁ ନାହୁଁ: ସୁଶାନ୍ତଙ୍କ ଭଉଣୀ

ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀଙ୍କ ଏକ କବିତା ସମସ୍ତଙ୍କୁ ବିଚଳିତ କରୁଛି। ଚଳିତ ବର୍ଷ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନପାରି ତାଙ୍କ ଭଉଣୀ ଲେଖିଥିବା କବିତା ଏବେ ସମସ୍ତଙ୍କ ଆଖିରେ ଲୁହା ଆଣି ଦେଇଛି।

ମୁମ୍ୱାଇ: ଭାଇ ଓ ଭଉଣୀଙ୍କ ଆଜି ହେଉଛି ପବିତ୍ର ଦିନଟିଏ। ରାକ୍ଷି ପୂର୍ଣ୍ଣିମାକୁ ନେଇ ଗାଁରୁ ସହର ସବୁଠି ଚଳଚଞ୍ଚଳ। କିନ୍ତୁ ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀଙ୍କ ଏକ କବିତା ସମସ୍ତଙ୍କୁ ବିଚଳିତ କରୁଛି। ଚଳିତ ବର୍ଷ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନପାରି ତାଙ୍କ ଭଉଣୀ ଲେଖିଥିବା କବିତା ଏବେ ସମସ୍ତଙ୍କ ଆଖିରେ ଲୁହା ଆଣି ଦେଇଛି। ୩୫ବର୍ଷରେ ଆଜି ପ୍ରଥମ ଥର ପାଇଁ ପୂଜା ଥାଳି ଅଛି, କିନ୍ତୁ ଆଳତି ପାଇଁ ତୁ ନାହୁଁ ବୋଲି ଲେଖିଛନ୍ତି ସୁଶାନ୍ତଙ୍କ ବଡ଼ ଭଉଣୀ ରାଣୀ।
ସେ ଲେଖିଛନ୍ତି, ଗୁଲଶନ୍, ଆଜି ମୋର ଦିନ, ଆଜି ତୋର ଦିନ, ଆଜି ଆମର ଦିନ, ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା। ୩୫ ବର୍ଷ ପରେ ଆଜି ପୂଜାର ଥାଳି ଅଛି, ଆଳତୀ ପାଇଁ ଦୀପ ବି ଜଳୁଛି। ହଳଦୀ ଚନ୍ଦନର ଟୀକା ଓ ମିଠା ମଧ୍ୟ ଅଛି। କିନ୍ତୁ ଆଳତି ପାଇଁ ସେହି ଚେହେରା ନାହିଁ। ଟୀକା ଲଗାଇବା ପାଇଁ ସେହି ମଥା ଏବଂ ରାକ୍ଷୀ ବାନ୍ଧିବା ପାଇଁ ସେହି ହାତ ନାହିଁ। ଯେତେବେଳେ ତୁ ଆମ ଜୀବନରେ ପ୍ରଥମେ ଆସିଥିଲୁ, ଆମ ଜୀବନ ଚମକି ଉଠିଥିଲା। ତୁ ଯିବା ପରେ ମୁଁ କ’ଣ କରିବି ଜାଣି ପାରୁ ନାହିଁ। କେବେ ଭାବିନଥିଲି କି, ଆଜି ଭଳି ଦିନରେ ତୁ ଆମ ପାଖରେ ନଥିବୁ। ଅନେକ ଜିନିଷ ଆମେ ସାଥିରେ ଶିଖିଛେ। ଏବେ ତୋ ବିନା ରହିବା ମୁଁ ଏକା କେମିତି ଶିଖିବି? ବୋଲି ଲେଖିଛନ୍ତି ସୁଶାନ୍ତଙ୍କ ଭଉଣୀ ରାଣୀ।
ସୁଶାନ୍ତ ଭଉଣୀଙ୍କ ଏହି ଲେଖା ସମସ୍ତଙ୍କୁ ବେଶ ଭାବବିହ୍ବଳ କରିଛି। ସଚନାଯୋଗ୍ୟ ଯେ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ମୁମ୍ୱାଇ ସ୍ଥିତ ତାଙ୍କ ବାସଭବନରେ ତାଙ୍କ ମୃତଦେହ ମିଳିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ଯାହାକୁ ନେଇ ଯାଞ୍ଚ କରୁଛି ପୋଲିସ।

Show More

Related Articles

Back to top button