ଦେଶ ବିଦେଶରାଜନୀତି

ସାଂସଦ କାର୍ତ୍ତି ଚିଦାମ୍ୱରମ କୋରୋନା ସଂକ୍ରମିତ

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ୱରମଙ୍କ ପୁଅ କୋରୋନା ପଜିଟିଭ ଚିହ୍ନଟ। ଏ ନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ନିଜେ ଟୁଇଟ୍ କରି ଜଣାଇଛନ୍ତି।

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ୱରମଙ୍କ ପୁଅ କୋରୋନା ପଜିଟିଭ ଚିହ୍ନଟ। ସୂଚନା ଅନୁସାରେ, ତାଙ୍କ ଠାରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ କୋରୋନା ପରୀକ୍ଷା କରାଇଥିଲେ। ସ୍ବାବ ନମୁନା ପରୀକ୍ଷା କରାଯିବା ପ‌ରେ ଏବେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଏ ନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ନିଜେ ଟୁଇଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି, ମୋ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ, ମୁଁ ଘରେ କ୍ବାରେଣ୍ଟାଇନରେ ଅଛି | ଯେଉଁମାନେ ମୋ ସହିତ ଯୋଗାଯୋଗ କରିଥିଲେ, ସେମାନଙ୍କୁ ମେଡିକାଲ୍ ପ୍ରୋଟୋକଲ୍ ଅନୁସରଣ କରିବାକୁ ଅନୁରୋଧ କରିଥିବା ସେ ଲେଖିଛନ୍ତି।
କେବଳ କାର୍ତ୍ତି ଚିଦାମ୍ୱରମ ନୁହନ୍ତି, ଦେଶର ଅନେକ ନେତା କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ଗୃହମନ୍ତ୍ରୀ ଅମିତ ଶାହ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

Show More

Related Articles

Back to top button