ଓଡ଼ିଶା

ରାଜଧାନୀବାସୀଙ୍କ ଶରୀରରେ ବୃଦ୍ଧି ପାଇଛି କୋରୋନା ପ୍ରତିରୋଧକ ଶକ୍ତି

ରାଜଧାନୀବାସୀଙ୍କ ଶରୀରରେ ବୃଦ୍ଧି ପାଉଛି କୋରୋନା ବିରୋଧରେ ଲଢିବାକୁ ପ୍ରତିରୋଧକ ଶକ୍ତି। ସେରୋଲୋଜିକାଲ ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ।

ଭୁବନେଶ୍ୱର : ରାଜଧାନୀବାସୀଙ୍କ ଶରୀରରେ ବୃଦ୍ଧି ପାଉଛି କୋରୋନା ବିରୋଧରେ ଲଢିବାକୁ ପ୍ରତିରୋଧକ ଶକ୍ତି। କରୋନା ସଂକ୍ରମଣ ପ୍ରତିହତ ପାଇଁ ସେରୋଲୋଜିକାଲ ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି । ସେ କହିଛନ୍ତି, ଭୁବନେଶ୍ୱରରେ ହାଇ ରିସ୍କ ସେରୋ ସର୍ଭେ ରିପୋର୍ଟ ଆସିସାରିଛି। ରିପୋର୍ଟ ଅନୁସାରେ ରାଜଧାନୀରେ ପ୍ରତି ୧୦୦ ଲୋକଙ୍କ ମଧ୍ୟରେ ୧.୪ ପ୍ରତିଶତ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି।ହାଇରିସ୍କ ଗ୍ରୁପ ଓ ସେରୋ ସର୍ଭେ ସମାନ କମ୍ୟୁନିଟି ଗ୍ରୁପ ସହ ରହିଛି। ପ୍ରାଥମିକ ରିପୋର୍ଟ ସହ କମ୍ୟୁନିଟି ସହ ଏହା ସମାନ ଅଛି ।
ସେ କହିଛନ୍ତି ଯେ, ଜୁନ ମାସରେ ହୋଇଥିବା ସଂକ୍ରମଣକୁ ନେଇ ପରୀକ୍ଷା କରାଯାଇଥିଲା । ଜୁଲାଇ ସଂକ୍ରମଣ ଜାଣିବା ପାଇଁ ଭୁବନେଶ୍ୱରରେ ଅଗଷ୍ଟ ୧୬ ରୁ ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ। ଉଭୟ ହାଇ ରିସ୍କ ଓ କମ୍ୟୁନିଟି ଗ୍ରୁପ କୁ ଟାର୍ଗେଟ କରାଯାଇଛି । ସେହିପରି ଆଜିଠାରୁ ଗଞ୍ଜାମରେ ଆରମ୍ଭ ହେଉଛି ସେରୋ ସର୍ଭେ। ୨୫ ଶହ ସାମ୍ପୁଲକୁ ନେଇ ହେବ ସର୍ଭେ । ୧୫ ଶହ କମ୍ୟୁନିଟି ହଜାରେ ହାଇ ରିସ୍କ ସମ୍ପୁଲ କଲେକ୍ସନ କରି କରାଯିବ ସର୍ଭେ ।

Show More

Related Articles

Back to top button