ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ମିନେରାଲସ ଓ ଭିଟାମିନରେ ଭରପୁର ପଣସ

“ପଣସ” ଏହି ଶବ୍ଦ ସହିତ ସମସ୍ତେ ପରିଚିତl ଆମେ ଏହାକୁ ଉଭୟ ପାରିବା ଓ ଫଳ ହିସାବରେ ବ୍ୟବହାର କରିଥାଉ

ଯେତେବେଳେ କଞ୍ଚା ଥାଏ ପାରିବ ଭାବରେ ଖାଉ ଓ ପାଚିଲା ପରେ ଫଳ ଭାବରେ ଖାଉ l ଗ୍ରୀଷ୍ମ ଋତୁ ରେ ଏହି ଫଳଟିର ଚାହିଦା ଅଧିକ ଥାଏ lବର୍ତ୍ତମାନ ଦେଶରେ ଯେଉଁ ମହାମାରୀ ସମୟ ଚାଲିଛି ପଣସ ଖାଇବା ଦେହପାଇଁ ହିତକର ଅଟେ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପଣସ ପୋଷାକ ତତ୍ତ୍ୱରେ ଭରପୁର ଅଟେ l

* ପଣସ ରେ ଭିଟାମିନ-ଏ ,ଭିଟାମିନ-ବି୬ ଓ ଭିଟାମିନ-ସି ଅଧିକ ମାତ୍ରାରେ ଥାଏ l
ଭିଟାମିନ-ଏ ଆମ ଆଖିକୁ ସୁସ୍ଥ ରଖିଥାଏ ,ଭିଟାମିନ-ବି୬ ମାତିଷ୍କ କୁ ସୁସ୍ଥ ରଖିଥାଏ ,ଭିଟାମିନ-ସି ଶରୀରର ରୋଗ ପ୍ରତିରୋଧକ କୋଷିକା ଗୁଡିକୁ ସୁଦୃଢ କରିଥାଏ l

* ପଣସ ମିନେରାଲସ ର ଗନ୍ତlଘର ଅଟେ -ପଣସ ରେ ବିଭିନ୍ନ ପ୍ରକାରର ପୋଷାକ ତତ୍ୱ ଥିବା ହେତୁ ଆମେ ଏହାକୁ କଞ୍ଚା ଓ ପାଚିଲା ଉଭୟ ଭାବରେ ଖାଇ ପାରିବ l ପଣସ ରେ କ୍ୟାଲ୍ସିଅମ ,ଆଇରନ ,ପୋଟାସିୟମ ,ମେଗନେସିୟମ ,ଫଲିକଏସିଡ ଓ ଥାଇମିନ ଇତ୍ୟାଦି ମିନେରାଲସ ଓ ପୋଷାକ ତତ୍ୱ ମିଳିଥାଏ l
ଆପଣ ଥରେ ଭାବିକି ଦେଖନ୍ତୁ ଯେ ପଣସ ନିଜର ମୋଟା ଚୋପା ତଳେ କେତେ ପରିମାଣର ପୋଷାକ ତତ୍ୱ ସାଇତି ରଖିଛି l ଯେତେ ଗୁଡିଏ ଭିଟାମିନ ଓ ମିନେରାଲ ଅଛି ସବୁ ଗୁଡିକ ଆମର ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ l

* ପଣସ କୋଷ୍ଠ କlଠିନରୁ ମୁକ୍ତ କରିଥାଏ-ଯେଉଁ ଲୋକ ମାନେ କୋଷ୍ଠକାଠିନରେ କଷ୍ଟ ପାଆନ୍ତି ସେମାନେ ପଣସ ଖାଇବା କିମ୍ବା ପାଚିଲା ପଣସ କୁ ଜୁସ କରି ପିଇବା ଦ୍ୱାରା କୋଷ୍ଠକାଠିନରୁ ମୁକ୍ତି ପାଇଥାନ୍ତି l କାରଣ ପଣସ ରେ ଅଧିକ ପରିମାଣରେ ଫାଇବର ଥାଏ l

* ଭିଭିନ୍ନ ପ୍ରକାରର ସଂକ୍ରମଣ ରୁ ଦୁରେଇ ରଖେ -ପଣସ କୁ ଫଳ ଭାବରେ ହେଉ କିମ୍ବା ତରକାରୀ ଭାବରେ ହେଉ ଯେପରି ବି ଖାଆନ୍ତୁ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି କ୍ଷମତାକୁ ବଢ଼ାଇଥାଏ ଏଥିରେ ଥିବା ଭିଟାମିନ-ସି ଆଣ୍ଟିଅକ୍ସିଡେଣ୍ଟ ଭଳି କାମ କରିଥାଏ l ଯାହା ଆମ ଶରୀରରେ ଜୀବାଣୁ ଓ ବ୍ୟାକ୍ଟେରିଆ ମାରୁଥିବା ରକ୍ତ କଣିକାକୁ ତିଆରି କରିବାରେ ସାହାଯ୍ୟ କରେ l

* ତ୍ୱଚା ଓ ଚର୍ମ କୁ ସୁସ୍ଥ ରଖିଥାଏ -ଭିଟାମିନ-ସି ଆମ ଶରୀରରେ କୋଲେଜନ ର ଉତ୍ପାଦନ ବଢାଇବାରେ ସହାୟକ ହୋଇଥାଏ lକୋଲେଜନ ଆମ ଚର୍ମକୁ କୁଞ୍ଚିତ ହେବାକୁ ଦିଏନାହିଁ ,ଏହା ସହିତ ଭିଟାମିନ-ଏ ଆମ ଆଖିକୁ ସୁସ୍ଥ ରଖିଥାଏ l

ପଣସକୁ ଆମେ ନିରାମିଷ ମାଂସ କାହିଁକି କହିଥାଉ l କାରଣ ଆମେ ମାଛ ମାଂସ ରୁ ଯେଉଁ ସବୁ ଫାଇଦା ପାଉ ତାହା ପଣସରୁ ମଧ୍ୟ ପାଇଥାଉ l ଆମେ ପଣସରୁ କ୍ୟାଲସିୟମ ପାଇଥାଉ ଯାହା ଆମକୁ ଆମିଷା ରୁ ମିଳିଥାଏ l
ଯେଉଁ ଲୋକମାନେ ଶୀଘ୍ର ଥକିଯାନ୍ତି ,କିମ୍ବା ଶୀଘ୍ର ଧଇଁସଇଁ ହୋଇ ଯାଆନ୍ତି ତେବେ ପାଚିଲା ପଣସ ରସ ପିଇବା ଆବଶ୍ୟକ l ଏହା ଷ୍ଟାମିନା ବଢାଇବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button