ସ୍ୱାସ୍ଥ୍ୟ

ମଧୁମେହ ରୋଗୀ ମାନେ କେମିତି ଖାଇବେ ଆମ୍ବ

ଯଦି ଆପଣ ଜଣେ ମଧୁମେହ ରୋଗୀ ତା ସହିତ ଆପଣଙ୍କୁ ପାଚିଲା ଆମ୍ବ ଖାଇବାକୁ ପସନ୍ଦ ତାହାଲେ କିପରି ଖାଇପାରିବେ ଜଣାନ୍ତୁ କେତୋଟି ଟିପ୍ସ l ପ୍ରଥମେ ଆପଣଙ୍କ ମନରେ ପ୍ରସନ୍ନ ଉଠିବା ଯେ କଣ ଜଣେ ମଧୁମେହ ରୋଗୀ ଆମ୍ବ ଖାଇ ପାରିବ କି l ମଧୁମେହ ରୋଗୀମାନେ ଏପରି ଫଳକୁ ଖାଇବା ଉଚିତ ନୁହେଁ ଯେଉଁ ଥିରେ ସୁଗାର ଓ କାର୍ବୋହାଇଡ୍ରେଟ ର ମାତ୍ର ଅଧିକ ଥିବ l ଯଦି ଆପଣ କିଛିଟା କଥା ପ୍ରତି ସତର୍କ ରହିବେ ତେବେ ପାଚିଲା ଆମ୍ବ ଖାଇ ପାରିବେ

ମଧୁମେହର ଆମ୍ବ ଖାଇବା ଠିକ ନା ଭୁଲ ଆସନ୍ତୁ ଆଜି ସେ ବିଷୟରେ ଜାଣିବା l ଆମ୍ବ ଏକ ଏପରି ଫଳ ପ୍ରାୟ ସମସ୍ତେ ପସନ୍ଦ କରନ୍ତି l ଏହାର ସ୍ୱାଦ ଖଟା ଓ ମିଠା ଥାଏ l ପାଚିଲା ଆମ୍ବ ରେ ପ୍ରାକୃତିକ ଶର୍କରା ରହିଥାଏ ଓ ତାସାହିତ ଭିଟାମିନ-ସି ,ଭିଟାମିନ -ଏ ,ଭିଟାମିନ -ଇ ,ଫାଇବର ,ଫୋଲେଟ ଓ କପର ରେ ଭରପୁର ଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ମଧୁମେହ ରୋଗୀ ମାନଙ୍କ ପାଇଁ ଆମ୍ବ ଖାଇବା ସୁରକ୍ଷିତ ଅଟେ l ଏଥିରେ ବ୍ଲଡ଼ ସୁଗାର କମ ପରଭିତ ହୋଇଥାଏ l ଅମ୍ବରେ ୯0 ପ୍ରତିଶତ କ୍ୟାଲୋରୀ ଅଛି l ଯାହା ବ୍ଲଡ଼ ସୁଗାର ର ଲେବୁଲ କୁ ବଢ଼ାଇଥାଏ ,କିନ୍ତୁ ଅମ୍ବରେ ଫାଇବର ଓ ଆଣ୍ଟି ଆକ୍ସିଡେଣ୍ଟ ଥିବା ହେତୁ ବ୍ଲଡ଼ ସୁଗାର ଉପରେ କମ ପ୍ରଭାବ ପକାଇଥାଏ l ଏଥିରେ ଥିବା ଫାଇବର ଶରୀରରେ ବ୍ଲଡ଼ ସ୍ରକୁଲେସନ ଚିନି ର ମାତ୍ରାକୁ କମ କରିଦିଏl

ଯଦି ଆପଣ ମଧୁମେହ ରୋଗୀ ହୋଇ ଆମ୍ବ ଖାଉଛନ୍ତି ତେବେ କେତୋଟି କଥାର ଧ୍ୟାନ ରଖନ୍ତୁ l ଆପଣ ଯେଉଁ ଦିନ ଆମ୍ବ ଖାଇବେ ସେହିଦିନ ଅନ୍ୟ କୌଣସି ଫଳ ଖାଆନ୍ତୁ ନାହିଁ l ଆମ୍ବ ର ମାତ୍ରାକୁ ଖାଇବାରେ କମ ରଖନ୍ତୁ ଓ ତାସାହିତ ଖାଇସାରିବା ପରେ ୨0 ମିନିଟ ପର୍ଯ୍ୟନ୍ତ ଚାଲନ୍ତୁ l ମଧୁମେହ ରୋଗୀ ମାନେ ଲୋ ଗ୍ଲାଇସେମିକ ଇଣ୍ଡେକ୍ସ ଥିବା ଫଳକୁ ଖାଇ ପାରିବେ l ସେଗୁଡିକ ହେଲା –

ସେଓ -ସେଓରେ ଫାଇବର ଥିବା ହେତୁ ମଧୁମେହ ରୋଗୀମାନେ ଏହାକୁ ଖାଇ ପାରିବେ l
ପିଜୁଳି -ପିଜୁଳୀରେ ଲୋ ଗ୍ଲାଇସେମିକ ଇଣ୍ଡେକ୍ସ ଥିବା ହେତୁ ଏହା ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରିଥାଏ l
କମଳା -କମଳା ଭିଟାମିନ -ସି ରେ ଭରପୁର ହୋଇଥିବାରୁ ଏଥିରେ କେତେ ଗୁଡିଏ ଶକ୍ତି ସାଳି ଆଣ୍ଟି ଆକ୍ସିଡେଣ୍ଟ ମଧ୍ୟ ଥାଏ l ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଖାଇବା ହିତକର l

Show More

Related Articles

Back to top button