ଓଡ଼ିଶାମୁଖ୍ୟ ଖବର

ପ୍ରତ୍ୟାହାର ହେବ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି

ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ରାଜ୍ୟରେ ପ୍ରତ୍ୟାହାର ହେବ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି । ଏନେଇ ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୯ରୁ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଲାଗି ପ୍ରକାଶ ପାଇଥିଲା ବିଜ୍ଞପ୍ତି । ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଅସନ୍ତୁଷ୍ଟ ଥିଲେ। ଯାହା ପରେ ମନ୍ତ୍ରୀ ବୋର୍ଡକୁ ଜଣାଇଛନ୍ତି ।

ଆଜି ସାନି ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।ସେହିପରି ଗତକାଲି ଚଳିବବର୍ଷ ସ୍କୁଲ ଖୋଲିବା ନେଇ ଥିବା ନିଷ୍ପତ୍ତି ଉପରେ ରୋକ ଲଗାଯାଇଛି । କରୋନା ମହାମାରୀର ଦ୍ଵିତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ବର୍ଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ସୂଚନା ଦେଇଥିଲେ। ଏହା ପୂର୍ବରୁ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ ସ୍କୁଲ ଖୋଲିବାର ତିନି ଦିନ ଭିତରେ ଆନ୍ଧ୍ର ପ୍ରଦେଶରେ ୨୬୧ ଛାତ୍ର-ଛାତ୍ରୀ କରୋନା ସଂକ୍ରମିତ ହେବାରୁ ଓଡିଶା ସରକାର ନିଜ ନିଷ୍ପତ୍ତି ବଦଳାଇଥିଲେ। ହେଲେ କରୋନା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ସ୍କୁଲ ଆଉ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି ।

Show More

Related Articles

Back to top button