ସ୍ୱାସ୍ଥ୍ୟ

କ୍ୟାନ୍ସର ଓ ମଧୁମେହରୁ ଦୂରେଇ ରଖେ ଅଙ୍ଗୁର

ଫଳ ଆମ ଶରୀର ପାଇଁ ନିତ୍ୟାନ୍ତ ଜରୁରୀ ବୋଲି ଆମେ ଜାଣିଚୁ ଅଙ୍ଗୁର୍ ଗୋଟିଏ ଏପରି ଫଳ ଯାହାକୁ ଖାଇବା ପାଇଁ କୌଣସି ଅସୁବିଧା ହୋଇନଥାଏ l ନା କାଟିବାକୁ ପଡେ ନା ଚୋପା ଛଡେଇବାକୁ ପଡେ l ସ୍ୱାସ୍ଥ୍ୟ ଗତ ଦୃଷ୍ଟିରୁ ଅଙ୍ଗୁର ଶରୀର ପାଇଁ ଲାଭ ଦାୟକ ଅଟେ l ଅଙ୍ଗୁର କୁ ଆମେ ଶୁଖାଇ କିସ୍ ମିସ୍ ପ୍ରସ୍ତୁତ କରିଥାଉ

ଅଙ୍ଗୁର୍ ତିନି ପ୍ରକାରର ଦେଖା ଯାଇଥାଏ ଯଥା -ଈଷତ ସବୁଜ ରଙ୍ଗ ,କଲା ରଙ୍ଗ ଓ ଲାଲ ରଙ୍ଗ l ଅଙ୍ଗୁର୍ ରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲୋରୀ ,ଫାଇବର ଓ ଭିଟାମିନ -ସି ମିଳିଥାଏ l ଅଙ୍ଗୁର୍ କୁ ସ୍ୱାସ୍ଥ୍ୟର ଗନ୍ତl ଘର କହିଲେ ଅତିଉକ୍ତି ହେବ ନାହିଁ l

* ଅଙ୍ଗୁର୍ ରେ ଗୁକୋଜ ,ମ୍ୟାଗନେସିଏମ ,ସାଇ ଟ୍ରିକ ଏସିଡ ଇତ୍ୟାଦି ମିଳିଥାଏ l ସେଥିପାଇଁ ଅଙ୍ଗୁର୍ ଖାଇବା ଦ୍ୱାରା କେତେ ଗୁଡିଏ ରୋଗରୁ ଆମ ଶରୀର ରକ୍ଷା ପାଏ ଯଥା -ଟି ବି ,କ୍ୟାନ୍ସର ଓ ରକ୍ତରେ କୌଣସି ପ୍ରକାରର ସଂକ୍ରମଣ ଦୁରେଇ ରଖେ l

* ମଧୁମେହର ପୀଡିତ ଲୋକ ମାନଙ୍କୁ ଅଙ୍ଗୁର୍ ଫାଇଦା ଦେଇଥାଏ l ରକ୍ତରେ ଶର୍କରା ମାତ୍ରାକୁ ସନ୍ତୁଳନ ରଖେ ଏହା ସହିତ ଆଇରନ ର ମାତ୍ର କୁ ଠିକ ରଖିଥାଏ l

* ମାଈଗ୍ରେନ ରେ ପୀଡିତ ଲୋକ ମାନଙ୍କ ପାଇଁ ଅଙ୍ଗୁର୍ ରସ ଅତ୍ୟନ୍ତ ଉପକାରୀ l ଦିନକୁ ଦୁଇ ଥର ଖାଲି ପେଟରେ ଅଙ୍ଗୁର୍ ରସ ପାଣି ସହିତ ମିଶାଇ ପିଇଲେ ମାଇଗ୍ରେନ ଦୁରେଇ ଯାଏ l

* ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣା ପଡିଛି ଯେ ସ୍ତନ କର୍କଟ ରୋଗ ପାଇଁ ଅଙ୍ଗୁର୍ ରସ ପିଇବା ଅଙ୍ଗୁର୍ ଖାଇବା ହିତକର ହୋଇଥାଏ l ଏଥିସହିତ ହୃଦୟ ସମ୍ବଧୀୟ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ l

* ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ତେବେ ନିୟମିତ ଅଙ୍ଗୁର୍ ରସ ପିଇବା ଆବଶ୍ୟକ l କୋଷ୍ଠ କଠିନରୁ ଅଙ୍ଗୁର୍ ରସ ପିଇଲେ ମୁକ୍ତିମିଲେ ଓ ଭୋକ ବଢ଼ାଇ ଥାଏ l

* ଅଙ୍ଗୁର୍ ରକ୍ତ ହୀନତାରୁ ମୁକ୍ତିଦିଅ l ଗୋଟିଏ ଗ୍ଲାସ ଅଙ୍ଗୁର୍ ରସରେ ଦୁଇ ଚାମଚ ମହୁ ମିଶାଇ ନିୟମିତ ପିଇଲେ ଆନିମିଆଁ ରୋଗ ଗ୍ରସ୍ତ ରୋଗୀ ମାନେ ଲାଭବାନ ହୋଇଥାନ୍ତି ଓ ଏହା ସହିତ ହେମୋଗ୍ଲୋବିନ ର ମାତ୍ର ସନ୍ତୁଳନ ରହିଥାଏ l

Show More

Related Articles

Back to top button