ସ୍ୱାସ୍ଥ୍ୟ

ରନ୍ଧା ଯାଇଥିବା ଗାଜର ଖାଉଛନ୍ତି କି?

ସତର୍କ ହୋଇଯାନ୍ତୁ କାରଣ ହୋଇପାରେ ଏଲର୍ଜି

ଗାଜର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ହେବ ସହିତ ବିଭିନ୍ନ ପ୍ରକାର ପୋଷକ ତତ୍ୱରେ ଭରପୁର ଅଟେ l ଏହା ଆପଣଙ୍କ ତ୍ୱଚାରୁ ନେଇ ଆପଣଙ୍କ ସମସ୍ତ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ l କିନ୍ତୁ ଆପଣକୁ ଯଦି କୁହାଯିବ ଯେ ଗାଜର ଖାଇବା ଦ୍ୱାରା ଏଲର୍ଜି ପ୍ରକ୍ରିୟା ଶରୀରରେ ଦେଖା ଦେଇଥାଏ ,ହୁଏତ ଆପଣ ଏହି କଥାକୁ ବିଶ୍ୱାସ କରି ନପାରନ୍ତି l କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ଯେ କେବଳ କଞ୍ଚା ଗାଜର ନୁହେଁ ରନ୍ଧା ଯାଇଥିବା ଗାଜରରୁ ମଧ୍ୟ ବିଭିନ୍ନ ପ୍ରକାରର ଏଲର୍ଜି ପ୍ରତିକ୍ରିୟା ଦେଖା ଯାଇଥାଏ l

ଗବେଷଣାରୁ କଣ ଜଣାଯାଇଛିଇ –

ନିକଟରେ ୟୁନିଭର୍ସିଟି ଅଫ ବେୟରଥ ଏକ ଗବେଷଣାରୁ ଜଣ ପଡିଛି ଯେ ଗାଜରରେ ବିଭିନ୍ନ ପ୍ରକାରର ଏଲର୍ଜି ମଧ୍ୟ ହୋଇଥାଏ l ଗଜରରେ ଏଲର୍ଜେନ ଏକ ଏପରି ତତ୍ୱ ଯାହା ଅତ୍ୟଧିକ ଗରମ ହେବ ଦ୍ୱାରା ଏଲର୍ଜୀରେ ପୀଡିତ ଲୋକମାନଙ୍କ ପାଇଁ ହାନି ରହିତ ହୋଇଥାଏ l ଯେପରି ତାପମାତ୍ରା କମି ଥାଏ ଏହା ନିଜର ପ୍ରାକୃତିକ ସରଞ୍ଚନାକୁ ଫେରି ଯାଇଥାଏ l ଦେଖିବାକୁ ଗଲେ ଲାଲ ଗାଜର ହେଉ କିମ୍ବା ନାରଙ୍ଗୀ ଗାଜର ହେଉ ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷ କଞ୍ଚା ଖାଇବା ହିତକର ହୋଇଥାଏ l କିନ୍ତୁ ଯେଉଁ ଲୋକମାନଙ୍କର ଏଲର୍ଜୀ ଗାଜର ପ୍ରତି ରହିଥାଏ ସେମାନେ ଆଦୌ ଖାଇବା ଉଚିତ ନୁହେଁ l ସେମାନେ ଗାଜରକୁ କଞ୍ଚା ଖାଇ ପାରିବେ l ଗାଜରକୁ ଗରମ କରିବା ଦ୍ୱାରା ପ୍ରୋଟିନ ନଷ୍ଟ ହୋଇଥାଏ ଓ ଏଲର୍ଜୀ ପ୍ରତିକ୍ରିୟା ଉତ୍ପନ ହୋଇଥାଏ l

ଅଧୟନର ପରିଣାମ –

ଅଧୟନର ପରିଣାମ ପର୍ଯ୍ୟନ୍ତ ପହଂଚିବା ପାଇଁ କରାଯାଇଥିବା ପରୀକ୍ଷଣ ଦ୍ୱାରା ସ୍ପଷ୍ଟ ଭାବରେ ଦେଖା ଯାଇଛି ଯେ ଗାଜର ଗରମ ହେବ ଦ୍ୱାରା ଏଲର୍ଜେନର ପ୍ରତିକ୍ରିୟା ଦେଖା ଦେଇଥାଏ l ଏଥିରେ ଅମ୍ଳ ମଧ୍ୟ ଜାତହୋଇ ଏସିଡ଼ିଟି ମଧ୍ୟ ହୋଇଥାଏ l ତେଣୁ ଏହି ଗବେଷଣାରୁ ଜଣl ପଡିଛି ଯେ ତେବେ ଆପଣଙ୍କୁ କୁହ ଯାଉଛି ଆପଣଙ୍କ ଶରୀରରେ ରନ୍ଧା ଗାଜର ଖାଇବା ଦ୍ୱାରା ଯଦି କୌଣସି ପ୍ରତିକ୍ରିୟା ଦେଖା ଦେଉଛି ତେବେ ଏହାକୁ ଖାଆନ୍ତୁ ନାହିଁ l ସେହି ସ୍ଥାନରେ ଆପଣ କଞ୍ଚା ଗାଜର ଖାଇ ପାରନ୍ତି କିମ୍ବା ଗାଜରକୁ ପରିତ୍ୟାଗ କରି ପାରନ୍ତି l

Show More

Related Articles

Back to top button