ସ୍ୱାସ୍ଥ୍ୟ

ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଥିଲେ ଶୀତଦିନରେ ଏହିସବୁ ଫଳ ଖାଇବାଦ୍ୱାରା ଶରୀରକୁ ଲାଭ ମିଳିଥାଏ

ଭିଟାମିନ-ସି ର ଲାଭ ଦୁନିଆ ପାଇଁ କୌଣସି ଗୋଟିଏ ରହସ୍ୟ ନୁହେଁ ,ଏହା ଏକ ସୁସ୍ଥ ପୋଷାକ ତତ୍ୱ ଅଟେ ଯାହା ଶରୀରର ମୁକ୍ତ କୋଣ ଗୁଡିକୁ କ୍ଷତି ହେବାରୁ ବଞ୍ଚାଇ ଥାଏ l ହୃଦୟକୁ ସୁସ୍ଥ ରଖିବା ସହିତ ମଧୁମେହ ପାଇଁ ମଧ୍ୟ ହିତକର ଅଟେ l ଭିଟାମିନ-ସି ର ଦୈନିକ ପୋଷାକ ତତ୍ୱ ସମଗ୍ର ଶରୀରର ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ,ଏହି ସମୟରେ ଯେତେବେଳେ ସାରା ବିଶ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞ ମଝବୁତ ପ୍ରତିରୋଧକ ଶକ୍ତି ପାଇଁ ଚେଷ୍ଟା ଚଳାଇଛନ୍ତି

ଭିଟାମିନ-ସି ଶ୍ୱାସ ସମ୍ବଧୀୟ ଅସୁବିଧାକୁ ଠିକ କରିବା ସହିତ ଫୁସଫୁସକୁ ମଧ୍ୟ ସୁସ୍ଥ ରଖିଥାଏ l ବର୍ତ୍ତମାନ ସାରା ବିଶ୍ୱରେ ପ୍ରତିରୋଧକ କ୍ଷମତା ଓ ଶ୍ୱାସ ସମ୍ବଧୀୟ ରୋଗରୁ କିପରି ଭାବରେ ମଣିଷ ନିଜକୁ ରକ୍ଷାକରି ପାରିବ ସେହି ବିଷୟରେ ଗବେଷଣା ଚାଲିଛି lୟୁରୋପୀୟ ଦେଶ ମାନଙ୍କର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମୁଖ୍ୟତଃ ୬ ଟି ପ୍ରକାରର ଫଳ ସେବନ କରିବା ପାଇଁ ପରାମର୍ଶ ଦେଉଛନ୍ତି l ଏହି ୬ ପ୍ରକାରର ଫଳ ଭିଟାମିନ-ସି ରେ ଭରପୁର ଅଟେ ଓ ସେମାନେ ଦାବି କରିଛନ୍ତି ଯେ ଏଗୁଡିକ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରୁଛନ୍ତି l

* ନାରଙ୍ଗୀ -ଥଣ୍ଡା ଦିନରେ ମିଠା ଫଳ ଖାଇବାର ହୁଏତ ଆପଣ ଜାଣି ନଥିବେ l ଅଧିକାଂଶ ଲୋକ କୁହନ୍ତି ନାରଙ୍ଗୀ କିମ୍ବା କମଳା ଖାଇଲେ ଶୀତଦିନେ ଥଣ୍ଡା ବଢ଼ିଯାଇଥାଏ l କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଯେ ଆମ ଶରୀରରେ ସୀତ ଦିନେ ରୋଗ ପ୍ରତିରୋଧକ ଶକ୍ତି କମିଯାଇ ଥାଏ l ତେଣୁ ନାରଙ୍ଗୀ କିମ୍ବା କମଳା ଖାଇବା ଆବଶ୍ୟକ l ଏଥିରେ ଭିଟାମିନ-ସି ,ଫାଇବର ଓ ଆଣ୍ଟିଆକ୍ସିଡେଣ୍ଟର ଏକ ଭଣ୍ଡାର ରହିଛି ,ଯାହା ପ୍ରତିରକ୍ଷା ଶକ୍ତିକୁ ବଢ଼ିବାରେ ସାହାଯ୍ୟ କରେ l

* ପିଜୁଳି -ପିଜୁଳି ଗୋଟିଏ ଏପରି ଫଳ ଯାହା ପ୍ରାୟ ଅଧିକାଂଶ ଲୋକଙ୍କ ବାଡ଼ି ବଗିଚାରେ ଗଛ ଥାଏ l ଆମେ ସାଧାରଣତଃ ଥଣ୍ଡା ଧରିବା ଭୟରେ ଶୀତଦିନରେ ପିଜୁଳି ଖାଇବାକୁ ଇଛା କରି ନଥାଉ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହୁଛନ୍ତି ଯେ ଶରୀରର ପ୍ରତିରକ୍ଷା କ୍ଷମତା ବଢାଇବା ପାଇଁ ଶୀତଦିନେ ପିଜୁଳି ଖାଇବା ଆବଶ୍ୟକ ଅଟେ l ଭିଟାମିନ-ସି ସହିତ ପିଜୁଳି ନିଜର ଉଲେଖନିୟ ପୋଷାକ ତତ୍ୱ ପାଇଁ ମଧ୍ୟ ଜଣାଶୁଣା l ପିଜୁଳି ଖାଇବା ଦ୍ୱାରା ଓଜନ କମ ହେବ ସହିତ ମଧୁମେହ ମଧ୍ୟ ନିୟନ୍ତ୍ରଣ ରହିଥାଏ l ପିଜୁଳି ପ୍ରତିରକ୍ଷା ନିର୍ମାଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

 

 

* ଡାଳିମ୍ବ -ଡାଳିମ୍ବ ଏପରି ଗୋଟିଏ ଫଳ ଯାହାର ଦାନ ଗୁଡିକ ରସଯୁକ୍ତ ହୋଇଥିବାରୁ ସମସ୍ତଙ୍କର ପ୍ରିୟ ଅଟେ l ଡାଳିମ୍ବ ମଞ୍ଜିରେ ଏହି ପରି ଶକ୍ତି ରହିଛି ଯାହା ଶରୀରର କୋଷିକା ଗୁଡିକୁ ସୁଦୃଢ କଳରିବା ସହିତ ଜୀବାଣୁ ସହିତ ଲଢ଼ିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଡାଳିମ୍ବ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢେ ଓ ଶରୀରରକୁ ସ୍ଟେଜଟା ମିଳିଥାଏ l

* ଷ୍ଟ୍ରବେରି -ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ ଷ୍ଟ୍ରବେରି ସ୍ୱାସ୍ଥ୍ୟର ଏକ ଗନ୍ତାଘର ଅଟେ l ଷ୍ଟ୍ରବେରିରେ ଭିଟାମିନ-ସି ,ଫାଇବର ,ଅଣ୍ଟିଆକ୍ସିଡେଣ୍ଟ ,ଖଣିଜ ତତ୍ୱ ଓ କୋଲେଷ୍ଟ୍ରଲ ଶୂନ୍ୟ ଅଟେ l ତେଣୁକରି ସ୍ୱାସ୍ଥ୍ୟ ଗବେଷକ ମାନେ ମତ ଦେଉଛନ୍ତି ଯେ ବର୍ତ୍ତମାନ ଚାଲିଥିବା କରୋନା ମହାମାରୀ ସମୟରେ ଅନ୍ୟ ଫଳ ଗୁଡିକ ସହିତ ଷ୍ଟ୍ରବେରି ଖାଇବା ନିହାତି ଆବଶ୍ୟକ ଅଟେ l

* ଅଙ୍ଗୁର -ଆମେ ସମସ୍ତେ ପ୍ରାୟ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାଉ ,ଏହା ଏକ ରସାଳିଆ ଓ ସୁସ୍ୱାଦୁ ଫଳ ଅଟେ l ଅଙ୍ଗୁରରେ ଏପରି କିଛି ପୋଷାକ ତତ୍ୱ ରହିଛି ଯାହା ଆମର ପ୍ରତିରକ୍ଷା କ୍ଷମତାକୁ ବଢାଇବା ସହିତ ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଶରୀର ଠାରୁ ଦୁରେଇ ରଖିଥାଏ l ଅଙ୍ଗୁରକୁ ପ୍ରାୟ ସମସ୍ତେ ଏକ ଥଣ୍ଡା ଫଳ ଭାବରେ ଗଣନା କରନ୍ତି କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି ଯେ ଭିଟାମିନ-ସି ଯୁକ୍ତ ଅଙ୍ଗୁର ଶୀତଦିନେ ଖାଇବା ହେତୁ ରୋଗ ପ୍ରତିରୋଧାକ କ୍ଷମତା ସୁଦୃଢ ହୋଇଥାଏ l

Show More

Related Articles

Back to top button