ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଦେଶକୁ ଫେରିଲା ୨୦୦ବର୍ଷ ପୁରୁଣା ଭୟଙ୍କର ରୋଗ

ଦେଶରେ ବର୍ତମାନ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ କମି ନଥିବା ବେଳେ ବର୍ତମାନ ମଧ୍ୟପ୍ରଦେଶର ପନ୍ନା ନିକଟରେ ପାଖାପାଖି ୨୦୦ ବର୍ଷ ପୁରୁଣା ରୋଗ ସ୍କ୍ରବ ଟାଇଫସ ପୁଣି ଆଉଥରେ ଲୋକମାନଙ୍କ ଭିତରେ ବ୍ୟାପିବାକୁ ଲାଗିଲାନି

ଏହି ରୋଗ ମୂଷା ଓ ଚୁଚୁନ୍ଦ୍ରାଙ୍କ ଠାରୁ ବ୍ୟାପିଥାଏ l ଭୋପାଳରୁ ଗୋଟିଏ ଇନ୍ଷ୍ଟ୍ରୋଲଜିଷ୍ଟ ଦଳ ପନ୍ନାରେ ଉପସ୍ଥିତ ରହିଛନ୍ତି l ଏହି ଦଳ ସେଠାକୁ ଯାଇ ମୂଷା ମାନଙ୍କୁ ଧରି ତାଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି l ଏହି ନମୁନା ଗୁଡିକୁ ଭୋପାଲ ପଠାଯାଇଛି l ପନ୍ନାରେ ବର୍ତମାନ ଲୋକମାନେ ମୂଷା ଦେଖିଲେ ଡରୁଛନ୍ତି lଏହି ରୋଗର ଲକ୍ଷଣରେ ରୋଗୀକୁ ଜ୍ୱର ଆସିଥାଏ ,ଏହା ସହିତ ମୁଣ୍ଡ ବିନ୍ଧା ,ମାଂସପେଶୀରେ ଯନ୍ତ୍ରଣା ,ନିଶ୍ୱାସ ନେବାରେ କଷ୍ଟ ,କାଶ ଓ ବାନ୍ତି ହୋଇଥାଏ l କିଛି ମାମଲାରେ ଅନ୍ୟ ଲକ୍ଷଣ ମଧ୍ୟ ଦେଖା ଯାଇଥାଏ ଯେପରି କି ଶରୀରରେ ଚକଡା ଚକଡା ହୋଇ କିଛି ଫଳି ଯାଇଥାଏ l

ଚିକିତ୍ସକଙ୍କ ଅନୁସାରେ ଏହି ରୋଗରୁ ରକ୍ଷା ପାଇବା ପାଇଁ ବିଲ ବାଡ଼ିରେ କାମ କରୁଥିବା ସମୟରେ ଯେପରି ଗୋଡ ଓ ହାତରେ କିଛି ପିନ୍ଧିବା ଆବଶ୍ୟକ l ତାସାହିତ ଘରର ଚାରିପାଖ ମଧ୍ୟ ସଫା ସୁତୁରା ରଖିବା ବଶ୍ୟକ lଡାକ୍ତର ମାନେ କହିଛନ୍ତି ଯେ ଏହି ରୋଗଟି ଜେନେଟିକ ଅଟେ ଯାହା ମୂଷା ମାନଙ୍କର ସଂକ୍ରମିତ ଲାରବାରେ ହୋଇଥାଏ ଏହାର ଅର୍ଥ ମୂଷା ମାନେ ନିଜ ଭିତରେ କାମୁଡ଼ା କାମୁଡି ହେବ ଦ୍ୱାରା ମଧ୍ୟ ଗୋଟିଏ ମୂଷା ଠାରୁ ଆଉ ଗୋଟିଏ ମୂଷାକୁ ଏହି ରୋଗ ସଂକ୍ରମଣ ହୋଇଥାଏ l

Show More

Related Articles

Back to top button