ସ୍ୱାସ୍ଥ୍ୟ

ନୂତନ ପ୍ରଣାଳୀରେ ସାଲାଡ଼ ପ୍ରସ୍ତୁତ କରନ୍ତୁ, ଓଜନ କମାଇବାରେ ସହାୟକ ହେବ

ଓଜନ କମାଇବା ପାଇଁ ଖାଦ୍ୟ ପଦାର୍ଥର ଚର୍ଚା ପ୍ରାୟ ସବୁବେଳେ ହୋଇଥାଏ l ସେସବୁ ଦୃଷ୍ଟିରୁ ଦେଖିଲେ ସାଲାଡ଼ ଗୋଟିଏ ପୁଷ୍ଟିକର ଯୁକ୍ତ ଖାଦ୍ୟ ଅଟେ l ସାଲଡ଼ର ଖାସଗୁଣ ଏହା ହୋଇଥାଏ ଯେ ଆପଣ ନିଜର ଭୋକ ଅନୁସାରେ ଏହାକୁ ଯେତେ ପରିମାଣରେ ଚାହିଁବେ ଖାଇ ପାରିବେ ଓ ନିଜର ପସନ୍ଦ ଯୁକ୍ତ ଫଳ ଏବଂ ପରିବାକୁ ଏଥିରେ ସାମିଲ କରି ପାରିବେ

ସାଲାଡ଼ କେବଳ ଓଜନ କମାଇ ନଥାଏ ,ତାସାହିତ ଶରୀରର ମେଟାବୋଲିଯିମକୁ ବଢ଼ବା ମଧ୍ୟ ଦେଇଥାଏ l ସାଧାରଣତଃ ସାଲାଡ଼ରେ ବ୍ୟବହାର ହେଉଥିବା ମୁଖ୍ୟ ଜିନିଷ ଗୁଡିକ ହେଲା ଟମାଟ ,ପିଆଜ ,କାକୁଡି ଇତ୍ୟାଦି l କିନ୍ତୁ ଅନ୍ୟ ସାଲାଡ଼ ସାମଗ୍ରୀ ଯାହା ଓଜନ କମାଇବା ପାଇଁ ଅତ୍ୟଧିକ ଲାଭ ଦାୟକ ଅଟେ ସେଗୁଡିକ ମଧ୍ୟ ଏଥିରେ ମିଶାଇବା ଆବଶ୍ୟକ l ସେଗୁଡିକ ଶସ୍ତା ହେବ ସହିତ ଲାଭ ଦାୟକ ଅଟେ l

* ବିଭିନ୍ନ ପ୍ରକାରର ମଞ୍ଜି-ବିଭିନ୍ନ ପ୍ରକାରର ଡାଲି ଜାତୀୟ ମଞ୍ଜି ଗୁଡିକ ଶରୀର ପାଇଁ ଅତ୍ୟନ୍ତ ହିତକର ହୋଇଥାଏ l ଏହା ଫାଇବାରରେ ଭରପୁର ହେବ ସହିତ କ୍ୟାନ୍ସର ,ହୃଦରୋଗ ,ମଧୁମେହ ଓ ମୋଟାପଣ ପାଇଁ ରାମବାଣ ସଦୃଶ l ଯେପରି କି ରାଜମା ,ସୀମମଞ୍ଜି ,କଳା ଚଣା ଇତ୍ୟାଦିକୁ ଆମେ ଲୁଣ ପକାଇ ସିଝାଇ ଫଳର ସାଲାଡ଼ ସହିତ ମିଶାଇ ଖାଇ ପାରିବା l

* ଜାମୁ କୋଳି -ଜାମୁକୋଳିରେ ପାଣି ଓ ଫାଇବର ଅଂଶ ପ୍ରଚୁର ପରିମାଣରେ ରହିଥାଏ l ଯାହା ଭୋକକୁ କମ କରିବା ସହିତ ଓଜନକୁ କମାଇବାରେ ସାହାଯ୍ୟ କରେ l ଆପଣ ଚାହିଁଲେ ଏହି ପ୍ରକାରର ଜାମୁ କୋଳିକୁ ଆମିଷ କିମ୍ବା ନିରାମିଷ ସାଲାଡ଼ ସହିତ ଖାଇ ପାରିବେ l

* ସିମ୍ଲା ଲଙ୍କା – ଲାଲ ଓ ସବୁଜ ରଙ୍ଗର ସିମ୍ଲା ଲଙ୍କା ଡିହାଇଡ୍ରୋକେପିସିଏଟ ଓ ଭିଟାମିନ-ସି ରେ ଭରପୁର ଅଟେ l ଏହା ମେଟାବୋଲିଯିମକୁ ବଢ଼ବାଇ ଥାଏ ଓ ପେଟର ଚାରବିକୁ ହଟାଇ ଥାଏ l ସିମ୍ଲା ଲଙ୍କା ଷ୍ଟ୍ରେସ ହର୍ମକୁ ନିୟନ୍ତ୍ରିତ କରେ l ଆପଣ ଚାହିଁଲେ ଏହାକୁ ପିଆଜ ଓ କାଳ ବିନ୍ସ ସିଝା ମଞ୍ଜି ସହିତ ସେବନ କରି ପାରିବେ l

Show More

Related Articles

Back to top button