ବାଣିଜ୍ୟ

କାଲିଠୁ ମହଙ୍ଗା ହେବ ଅମୁଲ କ୍ଷୀର

ଅମୁଲ ପୁଣି ଥରେ କ୍ଷୀରର ଦାମ ବୃଦ୍ଧି କରିଛି । ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ । ଆସନ୍ତାକାଲି ଠାରୁ ଏହି ନୂଆ ଦର ଲାଗୁ ହେବ। ସୋମବାର ଅମୁଲ ବ୍ରାଣ୍ଡର ପରିଚାଳନା କରୁଥିବା ଗୁଜରାଟ ସହକାରୀ ଦୁଗ୍ଧ ବିତରଣ ସଂଘ ବୟାନ ଜାରି ଏହି ଘୋଷଣା କରିଛି । କମ୍ପାନୀ କହିଛି ବିଜୁଳି, ପ୍ୟାକେଜିଂ, ପରିବହନ ଏବଂ ପଶୁ ଚାରାରେ ମୂଲ୍ୟ ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ଦର ଲାଗୁ ହେବା ପରେ ଅହମଦାବାଦ ଏବଂ ସୌରାଷ୍ଟ୍ରର ବଜାରରେ ୫୦୦ ମିଲିଲିଟର ଅମୁଲ ଗୋଲ୍ଡରେ ମୂଲ୍ୟ ୩୦ ଟଙ୍କାରେ ପହଞ୍ଚିବ।

ସେହିପରି ଅମୁଲ ତାଜାର ୫୦୦ ମିଲିମିଟର ପକେଟ ୨୪ ଟଙ୍କା ଏବଂ ଅମୁଲ ଶକ୍ତିର ୫୦୦ ମିଲିମିଟର ପକେଟ ୨୭ ଟଙ୍କାରେ ବିକ୍ରି ହେବ। କମ୍ପାନୀ ତରଫରୁ ଜାରି ଏକ ବୟାନରେ କୁହାଯାଇଛି, ପ୍ରତି ଲଟିର ୨ ଟଙ୍କାର ବୃଦ୍ଧି କେବଳ ୪ ପ୍ରତିଶତ ବୃଦ୍ଧି, ଯାହା ହାରାହାରି ଖାଦ୍ୟ ଦରବୃଦ୍ଧି ଠାରୁ ବହୁତ କମ। ଏଥିରେ କୁହାଯାଇଛି ଗତ ଦୁଇ ବର୍ଷରେ ଅମୁଲ ନିଜର ଫ୍ରେସ ଦୁଗ୍ଧ ଶ୍ରେଣୀର ମୂଲ୍ୟରେ ପ୍ରତିବର୍ଷ କେବଳ ୪ ପ୍ରତିଶତ ବୃଦ୍ଧି କରିଛି।

Show More

Related Articles

Back to top button