Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଓଜେଇଇ

ଅନଲାଇନ୍‌ ମୋଡ୍‌ରେ ହେଉଛି ପରୀକ୍ଷା

ଆଜିଠୁ ଓଜେଇଇ । ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି ବା କମ୍ପ୍ୟୁଟର ବେସଡ଼ ମୋଡ଼ରେ ହେବ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ହେବ ଏହି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ପ୍ରଥମ ଦିନରେ ବି. ଫାର୍ମା ପରୀକ୍ଷା ଅନୁଷ୍ଠିତ ହେବ । ୩ଟି ଶିଫ୍ଟରେ ହେବ ପରୀକ୍ଷା । ରାଜ୍ୟରେ ଏଥିଲାଗି ୫୭ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି ଭାବେ ମୋଟ୍ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି । ପରୀକ୍ଷା ଲାଗି ୫୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।ତେବେ ଏଥର ପ୍ରଥମ ଥର ଲାଗି ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କୋଲକାତାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି ।

exam

କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ କଣ୍ଟାକ୍ଟ ଲେସ୍ କରାଯାଇଛି । ବିନା ପେନ୍ ପେପର୍ ରେ କେବଳ ଅନଲାଇନ ମୋଡ଼ରେ ପରୀକ୍ଷା ହେଉଛି ।କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ଓ ଆବେଦନକାରୀ ନିଜସ୍ଵ ପାଣି ବୋତଲ ଆଣିବାକୁ କୁହାଯାଇଛି । ପ୍ରତି ସିଫ୍ଟ ପୂର୍ବରୁ ଓ ପରେ ବିଶୋଧନକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

Show More

Related Articles

Back to top button