Breaking PLUSଓଡ଼ିଶାମୁଖ୍ୟ ଖବର

ଉପର ତଳ କରୋନା ଗ୍ରାଫ୍, ସ୍ଥିର ରହିଛି ସ୍ଥିତି

ସଚେତନ ରହିବାକୁ ପରାମର୍ଶ ଦେଲେ ଡିଏମ୍‌ଇଟି

କିଛି ଜିଲ୍ଲାରେ କରୋନା ସଂକ୍ରମଣ ଯେଉଁଭଳି ବଢୁଛି ଓ କମୁଛି, ତାହା ସାରା ବିଶ୍ବରେ ହେଉଛି। ତେଣୁ ସବୁ ସ୍ଥିର ଅଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସାମାନ୍ୟ ବଢୁଛି ବୋଲି ଗୋଟିଏ ରେଡ୍ ଜୋନ୍ ହେଲା । ରେଡ୍ ଜୋନ୍ ଜାଣିଲେ ତ ଅଧିକ କାମ କରିବାକୁ ହେବ । ଡେଲ୍ଟା କିଛି ମାତ୍ରାରେ ଅଛି । ନିପା ମହାମାରୀ ଭାବେ ପୃଥିବୀରେ ହୋଇନି ।

ସଚେତନ ହେବା ଦରକାର । ତାକୁ ଭୌଗୋଳିକ ପରିସ୍ଥିତି ନିୟନ୍ତ୍ରଣ କରୁଛି । ମଣିଷଠାରୁ ମଣିଷକୁ ଭୟ ରହିଛି । ଲୋକଙ୍କ ଆଚରଣ ବ୍ୟବସ୍ଥା ଓ ଅବସ୍ଥାକୁ ଦେଖିବାକୁ ହେବ । ଆମେ ବାଡ଼ି ପକାଇ କାହାକୁ ଜଗି ପରିବା ନାହିଁ। ଆଗରୁ ଶିଶୁ ସଂକ୍ରମିତ ହୋଇଥିଲେ । ହେଲେ ସଂକ୍ରମଣ ବଢିନି । ଶିକ୍ଷକ ବି ସଂକ୍ରମିତ ହୋଇଛନ୍ତି । ଯେତେବେଳେ ଟିକା ଆସିଲା, ଯୁଦ୍ଧକାଳୀନ ଭିତ୍ତିରେ ଦିଆଯାଉଛି । ଯେତେବେଳେ ଶୀଘ୍ର ହେବ, ଏହି କାର୍ଯ୍ୟ ସରିବ ବୋଲି ଡିଏମଇଟି କହିଛନ୍ତି ।

Show More

Related Articles

Back to top button