ଓଡ଼ିଶା

ରାଜ୍ୟରେ ମରୁଡି ପରିସ୍ଥିତି

ସରକାର ତଥ୍ୟ ଲୁଚାଉଥିବା ବେଳେ ମନ୍ତ୍ରୀଙ୍କ କଥାରେ ରହୁନି ତାଳମେଳ: ସାଲୁଜା

ରାଜ୍ୟରେ ସମ୍ଭାବ୍ୟ ମରୁଡି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୋସନ ପ୍ରସଙ୍ଗ ଆଣିଛନ୍ତି । ଏହି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବିଭାଗ ଗୁଡିକରେ ଅଫିସରଙ୍କ ମରୁଡ଼ି ପଡିଛି । ଏଠାରେ ପ୍ରଶ୍ନ କିଏ ଗ୍ରାଉଣ୍ଡ ଭିଜିଟ କରି ଅନୁଧ୍ୟାନ କରିବ ? ସରକାର ନିଜେ ମାନିଛନ୍ତି ୫୭ଟି ବ୍ଲକରେ ୩୫ ପ୍ରତିଶତରୁ କମ ଜଳସେଚନ ହୋଇଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ମରୁଡ଼ି ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ସରକାର ଚିନ୍ତା କରନ୍ତୁ । ରାଜ୍ୟରେ ଗଜା ମରୁଡି ହୋଇଛି ବୋଲି ସରକାର ସ୍ୱୀକାର କରନ୍ତୁ । ରାଜକନିକାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଆଣ୍ଟିଆ ବର୍ଷାରେ ଫସଲ ନଷ୍ଟ ଯୋଗୁ ଏପରି ପରିସ୍ଥିତି ହୋଇଛି । ସରକାରଙ୍କ ମନ୍ତ୍ରୀ ଦେଉଥିବା ତଥ୍ୟରେ ତାଳ ମେଳ ରହୁନି । ରାଜସ୍ୱ ମନ୍ତ୍ରୀ ୧୪ ଜିଲ୍ଲାର ୩୦ ବ୍ଲକରେ ନିଆଣ୍ଟିଆ ବର୍ଷା ହୋଇଛି ବୋଲି କହୁଥିବା ବେଳେ କୃଷି ମନ୍ତ୍ରୀ ୧୪ ଜିଲ୍ଲାର ୪୭ଟି ବ୍ଳକରେ କମ ବର୍ଷା ହୋଇଥିବାର ତଥ୍ୟ ଦେଉଛନ୍ତି । ଚାଷୀ ଆତ୍ମହତ୍ୟା ଆରମ୍ଭ ହେଲାଣି । ସରକାର ମରୁଡ଼ି ଲୁଚେଇବାକୁ ଚାହୁଁଛନ୍ତି । ଚାଷୀ ମୃତ୍ୟୁ ପାଇଁ ଦାୟୀ କିଏ ହେବ ସେ ନେଇ ପ୍ରଶ୍ନ କରିଛନ୍ତି ସାଲୁଜା ।ତେବେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ନିଆଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ଏକ ପ୍ରକାର ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ତଥ୍ୟ ଲୁଚେଇ ନାହାନ୍ତି ।

Show More

Related Articles

Back to top button