Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ପାଣ୍ଡେମିକରୁ ଏଣ୍ଡେମିକକୁ ଯାଉଛି କରୋନା

ଆତଙ୍କିତ ନହୋଇ ମୁକାବିଲା ଲାଗି ବିଶେଷଜ୍ଞଙ୍କ ପରାମର୍ଶ

କୋଭିଡ ନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଏବେ ଆମେ ପାଣ୍ଡେମେକିରୁ ଏଣ୍ଡେମିକ୍ ଆଡ଼କୁ ଗତି କରୁଛେ । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏ ଭାଇରସ କୁଆଡ଼େ ଯିବନି, କିନ୍ତୁ ତାର ରୋଗ କରିବା କ୍ଷମତା କମିଯିବ । ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା ପ୍ରସ୍ତୁତି ପାଇଁ ଆମକୁ ବିଶେଷ ଅସୁବିଧା ହେବନି । କାରଣ ଆମର ଅଭିଜ୍ଞତା ଅଛି, ଭିତ୍ତିଭୂମି ଅଛି, ଔଷଧ ଅଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ହେଉଛି, ଏଭିଡ଼େନ୍ସ ବେସଡ ଡିସିସନ ମେକିଙ୍ଗ । ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ । ତେଣୁ ସେଇ ଆଧାରରେ ପଦକ୍ଷେପ ନିଆଯିବ । ଏବେ ରାଜ୍ୟର ଦୈନିକ ସଂକ୍ରମଣ ୧୫ ତଳେ ରହିଛି । ମାତ୍ର ୫-୬ ଟି ଜିଲ୍ଲାରେ ନୂଆ ମାମଲା ଆସୁଛି ।

 

Coronavirus

ଆକ୍ଟିଭ କେସ ସଂଖ୍ୟା ୧୦୦ ତଳେ ଅଛି । ଡାକ୍ତରଖାନାରେ କୌଣସି ରୋଗୀ ନାହାନ୍ତି । ଏଣୁ ଏବେଠୁ ଆତଙ୍କିତ ହେବାର ନାହିଁ । ଯଦି ସଂଖ୍ୟା ବଢ଼ିବ, ତା ପାଇଁ ପ୍ରସ୍ତୁତି ଅଛି । ତୁରନ୍ତ ବନ୍ଦୋବସ୍ତ ହୋଇପାରିବ । ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି, ସେମାନେ କଣ୍ଟିନଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବେ । ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଯଦି ଅଧିକ ବଢ଼ିବ, ରାଜ୍ୟସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଲୋକମାନଙ୍କୁ ଅନୁରୋଧ କୋଭିଡ ନିୟମ ମାନନ୍ତୁ । ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରଖନ୍ତୁ । ସୂଚନା ଥାଉକି, ତୃତୀୟ ଲହରରେ ଯଦିଓ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା, ଲୋକମାନେ ଡାକ୍ତରଖାନା ଗଲେନି, ମୃତ୍ୟୁ ମୁଖରେ ପଡ଼ିଲେନି । ଟିକାକରଣ ହେଉ ବା ଆମର ସଚେତନତା ହେଉ, ଗତ ଦୁଇ ତିନି ବର୍ଷ ଭିତରେ କୋଭିଡ ସାଙ୍ଗେ ଲଢ଼ିବାର ସାମର୍ଥ୍ୟ ଆମର ହେଇଗଲାଣି । ତେଣୁ ଟେଷ୍ଟ ହେଲେ, କୋଭିଡ ଚିହ୍ନଟ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେତେ ଲୋକ ଭୟବହତା ଆଡ଼କୁ ଯିବେ ।

Show More

Related Articles

Back to top button