Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ତାତିରୁ କେବେ ମିଳିବ ନିସ୍ତାର ? ୪୫ ଡିଗ୍ରୀରେ ବୌଦ୍ଧ

୨୫ ସହରରେ ପାରଦ ୪୦ ଡିଗ୍ରୀ ଉପରେ

ରାଜ୍ୟରେ ଲଗାତାର ଜାରିରହିଛି ଗ୍ରୀଷ୍ମପ୍ରବାହ। ଅସହ୍ୟ ଖରାରେ ତ୍ରାହି ତ୍ରାହି ଡାକୁଛି ଜୀବଜଗତ। ତାତିରୁ କେବେ ମିଳିବ ନିସ୍ତାର? ସମସ୍ତଙ୍କ ମୁହଁରେ ଏବେ ଏଭଳି ପ୍ରଶ୍ନ। ହେଲେ ତାତି କମିବା ଦୂରର କଥା ଉପରମୁହାଁ ହେବାରେ ଲାଗିଛି ପାରଦ। ଆସନ୍ତା ଦୁଇଦିନ ଯାଏଁ ଏହି ଭଳି ଗ୍ରୀଷ୍ମ ପ୍ରବାହ ଲାଗିରହିବାକୁ ଥିବାବେଳେ ୧ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଆଜି ମଧ୍ୟ ଉପରମୁହାଁ ଥିଲା ଗ୍ରୀଷ୍ମପାରଦ। ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୪ ଡିଗ୍ରୀ ଉପରେ ୫ଟି ସହର ରହିଛି। । ନଅଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ରହିଛି। ଗତକାଲି ପରି ଆଜି ମଧ୍ୟ ବୌଦ୍ଧ ଜିଲ୍ଲା ତାରିତରେ ରେକର୍ଡ କରିଛି।

ଶୁକ୍ରବାର ବୌଦ୍ଧରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନୁଗୁଳରେ ୪୪.୭, ଦେବଗଡରେ ୪୪.୬, ତାଳଚେରରେ ୪୪.୫ ଏବଂ ବଲାଙ୍ଗିରରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡରେ ୪୩.୮, ସୋନପୁରରେ ୪୩.୬, ଝାରସୁଗୁଡାରେ ୪୩.୪ ଏବଂ ସୁନ୍ଦରଗଡରେ ପାରଦ ୪୩ ଡିଗ୍ରୀ ରହିଛି। ଟ୍ଵିନ ସିଟିରେ ଆଜି ପାରଦ ୪୦ ଉପରେ ରହିଛି। କଟକରେ ତାପମାତ୍ରା ୪୦.୧ ଏବଂ ଭୁବନେଶ୍ଵରରେ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ଘୁର୍ଣ୍ଣି ବଳୟ ର ରାଜ୍ୟ ପ୍ରତି ପ୍ରଭାବ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆସନ୍ତା ୧ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବା ସହ ସ୍ୱାଭାବିକ ତାପମାତ୍ରା ରହିଲେ ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ରୁ ମିଳିବ ମୁକ୍ତି। ଗ୍ରୀଷ୍ମ ପ୍ରବାହ ଅପେକ୍ଷାକୃତ କମିବା ସହ ମେ ୪ ମଇ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାରଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

Show More

Related Articles

Back to top button