ଦେଶ ବିଦେଶମୁଖ୍ୟ ଖବର

ଏଣିକି ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ‘କୁଳଗୁରୁ’ କୁହାଯିବ

ମନ୍ତ୍ରୀ କହିଲେ- ଆତ୍ମୀୟତା ବଢ଼ିବ

ମଧ୍ୟପ୍ରଦେଶର ବିଶ୍ବବିଦ୍ୟାଳୟରେ ଏବେ କୁଳପତିଙ୍କୁ କୁଳଗୁରୁ ଭାବେ ନାମିତ କରାଯିବ। । ଏନେଇ ସୋମବାର ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ ସୂଚନା ଦେଇଛନ୍ତି। କଲେକ୍ଟରଙ୍କୁ ଜିଲାଧୀଶ ବୋଲି କୁହାଯାଉଥିଲା। ଏହି ଶବ୍ଦ ଜଣେ ରାଜାଙ୍କ ଭଳି ଲାଗୁଥିଲା। ଯଦି ଆମେ କୁଳଗୁରୁ ବୋଲି କହିବା ଏହା ଅଧିକ ନିଜର ଲାଗିବ ବୋଲି ସେ କହିଛନ୍ତି।ମନ୍ତ୍ରୀ ମୋହନ ଯାଦବ ଆହୁରି କହିଛନ୍ତି, କୁଳପତିଙ୍କୁ କୁଳଗୁରୁ ଭାବେ ନାମିତ କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ନାମ ପରିବର୍ତ୍ତନ ନେଇ ଏହି ପ୍ରସ୍ତାବ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମନ୍ତ୍ରିପରିଷଦ ବୈଠକରେ ଆଗତ କରାଯିବ।

ଯଦି ଏହାକୁ ମଞ୍ଜୁରୀ ମିଳିବ ତେବେ ଏହାକୁ ଲାଗୁ କରାଯିବ।ଉଚ୍ଚ ଶିକ୍ଷା ବିଭାଗ ଅନୁସାରେ ରାଜ୍ୟରେ ୮ଟି ପାରମ୍ପରିକ ବିଶ୍ବବିଦ୍ୟାଳୟ ରହିଛି। ଏହା ବ୍ୟତୀତ ୧୭ଟି ଅନ୍ୟ ବିଶ୍ବବିଦ୍ୟାଳୟ ମଧ୍ୟ ସ୍ଥାପନ ହୋଇଛି। ରାଜ୍ୟରେ ୩୨ଟି ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟ ଚାଲିଛି। ମଧ୍ୟପ୍ରଦେଶ​‌ରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଅଛି। ତେଣୁ ରାଜ୍ୟରେ କେନ୍ଦ୍ର ନୂଆ ଶିକ୍ଷା ନୀତି ଅଧିନରେ ୧୩୧ ପାଠ୍ୟକ୍ରମ ଲାଗୁ କରାଯିବ ବୋଲି ମୋହନ ଯାଦବ କହିଛନ୍ତି।

Show More

Related Articles

Back to top button