Breaking PLUSଦେଶ ବିଦେଶରାଜନୀତି

ଆଫଗାନିସ୍ତାନର ରାଷ୍ଟ୍ରପତି ହେବେ ମୁଲ୍ଲା ମହମ୍ମଦ ହସନ !

ଆଫଗାନିସ୍ତାନରେ ତାଲିବାନ ସରକାର ଗଢିବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଫଗାନିସ୍ତାନ ରାଷ୍ଟ୍ରପତି ଭାବେ ମୁଲ୍ଲା ମହମ୍ମଦ ହସନ ଆଖୁନ୍ଧ ମନୋନୀତ ହୋଇଛନ୍ତି । ଏନେଇ ସ୍ଥାନିୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ଦିନ ଆଫଗାନରେ ଆନୁଷ୍ଠାନିକ ଭାବେ ତାଲିବାନୀ ଶାସନ ଆରମ୍ଭ ଏବଂ ସରକାର ଗଠନ ହେବା ନେଇ ସୂଚନା ଦେଇଛି ତାଲିବାନ । ଏଥି ସହିତ ସରକାର ଗଠନ ଉତ୍ସବ ପାଇଁ ପାକିସ୍ତାନ, ଚାଇନା, ରୁଷ, କତାର ଓ ଇରାନକୁ ତାଲିବାନ ପକ୍ଷରୁ ନିମନ୍ତ୍ରଣ ମଧ୍ୟ କରାଯାଇଛି । ନି ନ୍ୟୁଜ ଇଣ୍ଟରନ୍ୟାଶନାଲ ନାମକ ଏକ ଗଣମାଧ୍ୟମ ଜଣେ ତାଲିବାନ ସୂତ୍ରରୁ ସରକାର ଗଠନ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି । ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ଚାଲିଥିବା ବୈଠକ ବେଳେ ଅମୀରୁଲ ମୋଇନୀ ଶେଖ ହିବାତୁଲ୍ଲା ଅଖୁନ୍ଦଜାଦା ହିଁ ପ୍ରଥମେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦାଙ୍କ ନାଁ ଦେଶର ମୁଖ୍ୟ ଭାବେ ମନୋନୀତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ପରେ ସର୍ବସମ୍ମତିରେ ତାଙ୍କୁ ଚୟନ କରାଯାଇଛି ।

ତାଙ୍କର ଦୁଇ ଜଣ ଡେପୁଟି ରହିବା ସହିତ ମୁଲ୍ଲା ବରାଦର ଅଖୁନ୍ଦ ଓ ମୁଲ୍ଲା ଅବଦୁସ ସଲମ ଦେଶର ଉପ ମୁଖ୍ୟ ଭାବେ କାର୍ଯ୍ୟ କରିବେ ଏବଂ ୩ ଜଣ ତାଲିବାନୀ ନେତା ଉକ୍ତ ଗଣମାଧ୍ୟମକୁ ହସନ ଅଖୁନ୍ଦ ଆଫଗାନର ତାଲିବାନ ଶାସନ ବେଳେ ମୁଖ୍ୟ ଭାବେ କାର୍ଯ୍ୟ କରିବେ । ହସନ ଅଖୁନ୍ଦ ଏବେ ତାଲିବାନର ନିଷ୍ପତ୍ତି ନେଉଥିବା ପ୍ୟାନେଲ ରେହବରି ଶୁରା ବା ନେତୃତ୍ୱ ପରିଷଦର ମୁଖ୍ୟ ଭାବେ କାମ କରୁଛନ୍ତି ଏବଂ ସେ ତାଲିବାନର ଜନ୍ମସ୍ଥାନ କାନ୍ଦାହାରରେ ରୁହନ୍ତି । ସେ ଦୀର୍ଘ ୨୦ ବର୍ଷ ହେଲାଣି ରେହବରି ଶୁରାର ମୁଖ୍ୟ ଭାବେ କାମ କରିଛନ୍ତି ଓ ନିଜର ସ୍ୱତନ୍ତ୍ର ସ୍ଥାନ ସଂଗଠନରେ ତିଆରି କରିଛନ୍ତି । ସେ ତାଙ୍କର ଚରିତ୍ର ଓ ନିଷ୍ଠାପର ପାଇଁ ବେଶ୍ ଜଣାଶୁଣା ବୋଲି ଜଣେ ତାଲିବାନୀ ନେତା କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହସନ ଅଖୁନ୍ଦ ସଂଗଠନର ଶୀର୍ଷନେତା ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଘନିଷ୍ଠ ଭାବେ ୨୦ ବର୍ଷ ହେଲା କାମ କରି ଆସିଛନ୍ତି। ପୂର୍ବରୁ ଯେତେବେଳେ ତାଲିବାନ ଆଫଗାନରେ ଶାସନ କରୁଥିଲା ସେତେବେଳେ ହସନ ଅଖୁନ୍ଦ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଦେଶର ଉପ ପ୍ରଧାନମନ୍ତ୍ରୀ ହୋଇଥିଲେ।

ଅନ୍ୟପକ୍ଷରେ ତାଲିବାନ ସରକାରରେ ହକ୍କାନୀ ନେଟୱର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନୀ ଫେଡରାଲ ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଏଥିସହ ଆଫଗାନର ଇଷ୍ଟର୍ଣ୍ଣ ପ୍ରଦେଶଗୁଡ଼ିକର ରାଜ୍ୟପାଳମାନଙ୍କୁ ମଧ୍ୟ ସିରାଜୁଦ୍ଦିନ ନିଯୁକ୍ତ କରିବାର କ୍ଷମତା ପାଇଛନ୍ତି । ସେହିପରି ଆଫଗାନର ପ୍ରତିରକ୍ଷା ମନ୍ତ୍ରୀ ହେବେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲା ୟାକୁବ । ତାଲିବାନର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ଜବିଉଲ୍ଲା ମୁଜାହିଦଙ୍କୁ ପୂର୍ବରୁ ସୂଚନା ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ସେ ଆଫଗାନର ମୁଖ୍ୟ ହସନ ଅଖୁନ୍ଦଙ୍କ ବରିଷ୍ଠ ମୁଖପାତ୍ର ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି । ମୁଲ୍ଲା ଆମୀର ଖାନ ମୁତ୍ତାକି ତାଲିବାନୀ ଶାସନର ବୈଦେଶିକ ମନ୍ତ୍ରୀ ହେବେ ବୋଲି ରିପୋର୍ଟ ମିଳିଛି ।

 

Show More

Related Articles

Back to top button