ଓଡ଼ିଶାମୁଖ୍ୟ ଖବର

ମାର୍ଚ୍ଚ ପହିଲାରେ ଭୁବନେଶ୍ୱର ପାରଦ ୪୦ ଡିଗ୍ରୀ ଛୁଇଁବ !

ବର୍ତମାନ ଦେଶର ସବୁଠୁ ଉତ୍ତପ୍ତ ସହର

ଏବେଯାଏଁ ଫେବୃଆରୀ ମାସ ସରିନାହିଁ । ମୁଣ୍ଡଫଟା ଖରା ନାକେଦମ୍‌ କଲାଣି । ପାରଦ ପାଖାପାଖି ପହଞ୍ଚିଗଲାଣି ୪୦ ଡିଗ୍ରୀ ସେଲସିୟସ୍‌ । ଭୁବନେଶ୍ୱର ଲଗାତାର ଦୁଇଦିନ ହେବ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । ରାଜସ୍ଥାନ, ଦିଲ୍ଲୀକୁ ବି ପଛରେ ପକାଇ ଦେଇଛି ଭୁବନେଶ୍ୱର ତାପମାତ୍ରା । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି ।ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ, ତାତି ଆହୁରି ବଢ଼ିବ ।

ବର୍ତ୍ତମାନ ଓଡ଼ିଶା ଉପରେ ଅର୍ଥାତ ଭୁବନେଶ୍ୱର ପାଖାପାଖି ଏକ ଗୁରୁଚାପ ବଳୟ ରହିଛି । ଜଳୀୟବାଷ୍ପ ପରିମାଣ ୨୦% ପାଖାପାଖି କମ୍‌ ରହୁଛି । ତେଣୁ ଭୂପୃଷ୍ଠ ପୂରା ଉତ୍ତପ୍ତ ରହୁଛି । ସେଥିପାଇଁ ଭୁବନେଶ୍ୱରରେ ତାପମାତ୍ରା ସବୁଠୁ ଅଧିକ ଅଛି। ୨/୩ ଦିନ ହେବ ଲଗାତାର ତାପମାତ୍ରା ବଢ଼ୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଗରମ ଅନୁଭୂତ ହେଉଛି । ଦିନକ ଭିତରେ ରାଜଧାନୀ ତାପମାତ୍ରା ୧ ଡିଗ୍ରୀ ବଢ଼ିଯାଇଛି । ବାରିପଦା ତାପମାତ୍ରା ୩୮, ଅନୁଗୁଳ ୩୭.୭, ଟିଟିଲାଗଡ଼ ୩୭.୬, ତାଳଚେର ୩୭.୧, ବଲାଙ୍ଗିର ୩୭, କଟକ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି ।ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଦୁଇଦିନ ହେବ ଭୁବନେଶ୍ୱର ତାପମାତ୍ରା ଦେଶରେ ସର୍ବାଧିକ ରହିଛି । ଏଭଳି ସ୍ଥିତି ଆହୁରି ୩/୪ ଦିନ ରହିବ । ସ୍ଥିତିରେ ପରିବର୍ତ୍ତନ ନ ହେଲେ ମାର୍ଚ୍ଚ ପହିଲାବେଳକୁ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ବଡ଼ କଥା ହେଲା, ଭୁବନେଶ୍ୱର କେବଳ ତାପମାତ୍ରା ବଢ଼ିନି, ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିଛି ବୋଲି ପାଣିପାଗ ବିଭାଗ କହିଛି ।

Show More

Related Articles

Back to top button