ଓଡ଼ିଶାମୁଖ୍ୟ ଖବର

ଚଳିତ ବର୍ଷ ବଢିବ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ସଂଖ୍ୟା

ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କୋଭିଡ୍ ପରିସ୍ଥିତି ଭିତରେ କିଭଳି ମାଟ୍ରିକ୍ ପରୀକ୍ଷା ହେବ ସେ ନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୋଭିଡ୍ ଯୋଗୁଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨୦ରୁ ୩୦ ପ୍ରତିଶତ ବଢାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।ସେହିପରି ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ସେହିଭଳି ସ୍କୁଲ ଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରି କିଭଳି ପରୀକ୍ଷା କରାଯାଇପାରିବ, ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଗତବର୍ଷ ୨ ହଜାର ୮ ଶହ ୮ଟି ପରୀକ୍ଷା କେନ୍ଦ୍ରରେ ପିଲାମାନେ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Show More

Related Articles

Back to top button