ଓଡ଼ିଶା

ଭିସୁଟରେ ଆସନ୍ତା ୧୬ତାରିଖରୁ ହେବ ଅଫଲାଇନ୍ କ୍ଲାସ୍

ଆସନ୍ତା ୧୬ ତାରିଖରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ୍ କ୍ଲାସ୍ । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ସମସ୍ତ ସେମିଷ୍ଟାର ଓ କ୍ଲାସକୁ ବାତିଲ କରାଯାଇଥିଲା

ଭିସୁଟର ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ କ୍ଲାସ୍ ଓ ପରୀକ୍ଷାକୁ ଅନଲାଇନ୍ ମାଧ୍ୟମରେ ଦେବା ପାଇଁ ଭିସୁଟ୍ କୁଳପତି ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଭିସୁଟରେ କରୋନା ହ୍ରାସ ପାଇଥିବା ଯୋଗୁଁ ପୁଣି ଥରେ ଅଫଲାଇନରେ ଆରମ୍ଭ ହେବ କ୍ଲାସ୍ ।

 

VSSUT
VSSUT

ଆସନ୍ତା ୧୬ ତାରିଖଠାରୁ ହେବ କ୍ଲାସ୍ । ଭିସୁଟର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀ ଅଫଲାଇନରେ କ୍ଲାସ୍ କରିବେ । ବିଶ୍ବବିଦ୍ୟାଳୟର ଦ୍ଵିତୀୟ ସେମିଷ୍ଟାରରୁ ୧୦ସେମିଷ୍ଟାର ପର୍ଯ୍ୟନ୍ତ ସମସ୍ତ ପ୍ରାକ୍ଟିକାଲ, ସେସନ କ୍ଲାସ୍, ଥେଓରି କ୍ଲାସ୍, ଡ୍ରଇଂ କ୍ଲାସ୍ ଅଫଲାଇନରେ ଦେବା ନିମନ୍ତେ ଭିସୁଟ୍ କୁଳପତି ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଭିସୁଟ୍ କୁଳପତି ବିଜ୍ଞପ୍ତି ଜାରି କରିଛନ୍ତି ।

Show More

Related Articles

Back to top button