ମନୋରଞ୍ଜନ

ବଲିଉଡ ଅଭିନେତା ମନୋଜ ବାଜପେୟୀ Covid ପଜିଟିଭି

ଏବେ ହୋମ କ୍ୱାରେଣ୍ଟାଇନରେ

ବଲିଉଡ ଅଭିନେତା ମନୋଜ ବାଜପେୟୀ କୋଭିଡ ସଂକ୍ରମିତ ହୋଇଛନ୍ତି। ଏକ ଫିଲ୍ମର ସୁଟିଂ କାଳରେ ନିର୍ଦ୍ଦେଶକ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ବାଜପେୟୀ ତାଙ୍କର ଆରଟିପିସିଆର ପରୀକ୍ଷଣ କରିଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏଣୁ ସେ ନିଜକୁ ନିଜେ ହୋମ କ୍ୱାରେଣ୍ଟାଇନ କରିଛନ୍ତି। ଫିଲ୍ମ ମେକର ରନି ସ୍କୃୱାଲାଙ୍କ ଆଗାମୀ ଫିଲ୍ମ ପ୍ରୋଜେକ୍ଟରେ ବାଜପେୟୀ କାର୍ଯ୍ୟ କରୁଥିବା ବେଳେ ସେ ସଂକ୍ରମିତ ହୋଇଛନ୍ତି। ଏଣୁ ଫିଲ୍ମର ସୁଟିଂକୁ ଅଧାରେ ବନ୍ଦ କରାଯାଇଛି। ସେ ଅଭିନୟ କରୁଥିବା ଫିଲ୍ମର ନାମ ‘ଡେସ୍ପାଚ୍’।

ଏହାକୁ କାହ୍ନୁ ବେହେଲ ନିର୍ଦ୍ଦେଶନା ଦେଉଥଲେ। କାହ୍ନୁ ପ୍ରଥମେ କରୋନା ସଂକ୍ରମିତ ଜଣାପଡିବା ପରେ ମନୋଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ ହେବ ବୋଲି ଭାବି ପରୀକ୍ଷଣ କରିଥିଲେ।ଏବେ ମନୋଜ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ଘରେ ଅଛନ୍ତି ଓ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି। ମନୋଜ ଅଭିନୟ କରୁଥିବ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ତେବେ ସୁଟିଂ ଅଧାରୁ ବନ୍ଦ ହୋଇଯାଇଥିବାରୁ ଏହା ମୁକ୍ତିଲାଭ କରିବାରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Show More

Related Articles

Back to top button