ଦେଶ ବିଦେଶ

ଏହି ୫ ପ୍ରକାର ବ୍ୟକ୍ତି ଙ୍କ ପାଖରେ “ମା ଲକ୍ଷ୍ମୀ” ରୁହନ୍ତି ନାହିଁ : ଆସନ୍ତୁ ଜାଣିବା

ହାଭାରତ କାଳର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ଜଣାଶୁଣା ବ୍ୟକ୍ତି ଭାବରେ ବିଦୁର ପରିଚିତ l ବିଦୁର ଜଣେ ନାୟବାନ ବ୍ୟକ୍ତି ଥିଲେ l ତାଙ୍କୁ କୁରୁସଭାରେ କୂଟନୀତି ବିଶାରଦ କହୁଥିଲେ

ବିଦୁରଙ୍କ ନୀତିରେ କୁହାଯାଇଛି ଯେ କୋଉ ୫ଟି ବ୍ୟକ୍ତିଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ l

ସେହି ୫ ପ୍ରକାର ବ୍ୟକ୍ତି ହେଲେ –

ଅତ୍ୟନ୍ତ ଶ୍ରେଷ୍ଠ ବ୍ୟକ୍ତି –ବିଦୁରଙ୍କ ନୀତିରେ ଯେଉଁ ବ୍ୟକ୍ତି ଅତ୍ୟନ୍ତ ଶ୍ରେଷ୍ଠ ହୋଇଥାଏ ତା ପାଖରେ କଦାପି ମା ଲକ୍ଷ୍ମୀ ରୁହନ୍ତି ନାହିଁ l କାରଣ ଏହିପରି ବ୍ୟକ୍ତିମାନେ ନିଜ ଶ୍ରେଷ୍ଠତାକୁ ନେଇ ଅହଂକାର କରିଥାନ୍ତି l ଦେବୀ ଲକ୍ଷ୍ମୀ ଅହଙ୍କାରୀ ମାନଙ୍କ ପାଖରେ ରହିବାକୁ ଭଲ ପନ୍ତିନାହିଁ l

ଅତିଶୟ ଦାନୀ –ଯେଉଁ ବ୍ୟକ୍ତି ଅତିଶୟ ଦାନୀ ହୋଇଥାଏ ମା ଲକ୍ଷ୍ମୀ ତା ପାଖରେ ରହିବାକୁ ଭଲ ପନ୍ତି ନାହିଁ l ଦାନୀବ୍ୟକ୍ତି ଦାନ କରିବା ପୂର୍ବରୁ ଚିନ୍ତା କରେନାହିଁ l ସେ ସବୁବେଳେ ନିଜର ବାହା ବାହା ଶୁଣିବା ପାଇଁ ଦାନ କରିଥାଏ l ତେଣୁ ମଲକ୍ଷ୍ମୀ ଏହିପରି ଲୋକଙ୍କୁ ପସନ୍ଦ କରନ୍ତିନାହିଁ l

ଅତି ବଳଶାଳୀ –ଯେଉଁ ବ୍ୟକ୍ତି ଅତ୍ୟନ୍ତ ବଳଶାଳୀ ସେହିପରି ଲୋକଙ୍କ ପାଖରେ ମା ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତିନାହିଁ l କାରଣ ଏହିପରି ବ୍ୟକ୍ତିମାନେ ନିଜ ଅକ୍ତିଆରରେ ସାରା ବିଶ୍ୱକୁ ରଖିପାରିବେ ବୋଲି ଚିନ୍ତା କରନ୍ତି l

ଅଧିକ ନିୟମ ପାଳନ କରୁଥିବା ବ୍ୟକ୍ତି –ଯେଉଁ ବ୍ୟକ୍ତିମାନେ ଅଧିକ ନୀତି ପାଳନ କରିଥାନ୍ତି ତାଙ୍କ ପାଖରେ ମାତା ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ l କାରଣ ଏହି ପ୍ରକାର ବ୍ୟକ୍ତି ମାନେ ସବୁବେଳେ ନୀତି ନିୟମକୁ ପାଳନ କରିବାରେ ସମୟ ଅତିବାହିତ କରିଥାନ୍ତି l

ଅହଂକାରୀ ବ୍ୟକ୍ତି –ଯେଉଁ ବ୍ୟକ୍ତି ନିଜର ବୁଦ୍ଧିମତାର ଅହଂକାରରେ ସବୁବେଳେ ବୁଡିକି ରହିଥାଏ ସେମାନଙ୍କ ପାଖରେ ମଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ l କାରଣ ଏହି ପ୍ରକାର ବ୍ୟକ୍ତି ମାନେ ସର୍ବଦା ନିଜର ଅହଂକାରରେ ବୁଡି ରହି ଅନ୍ୟ ମାନଙ୍କୁ ଅପମାନ କରନ୍ତି lଯେଉଁମାନେ ଦୟା କ୍ଷମା ଓ ସ୍ନେହ ଦେବାକୁ ପଛାନ୍ତି ନାହିଁ ସେହି ପ୍ରକାର ବ୍ୟକ୍ତିକୁ ମା ଲକ୍ଷ୍ମୀ କୃପା କରିଥାନ୍ତି l

Show More

Related Articles

Back to top button