ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଏପ୍ରିଲରୁ ବୃଦ୍ଦି ପାଇବ ୮୦୦ ପ୍ରକାର ଅତ୍ୟାବଶ୍ୟକ ମେଡିସିନ ଦର

ଔଷଧର ମୂଲ୍ୟ ପ୍ରାୟ ୧୦.୭ ବୃଦ୍ଧି ପାଇବ

ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ, ଡିଜେଲ, ତେଲ,କ୍ଷୀର,ମ୍ୟାଗି,ଅଟା,ସୁଜି,ମଇଦା ପରି ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ଔଷଧର ପାଳି ପଡିଛି । ଏପ୍ରିଲରୁ ବୃଦ୍ଧି ପାଇବାକୁ ଯାଉଛି  ୮୦୦ରୁ ଅଧିକ ପ୍ରକାର ଔଷଧର ଦର । ପାରାସିଟାମଲ୍ ସହ ଅନେକ ଅତ୍ୟାବଶକୀୟ ଔଷଧର ମୂଲ୍ୟ ପ୍ରାୟ ୧୦.୭ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ହୋଲସେଲ ମୂଲ୍ୟ ଇଣ୍ଡେକ୍ସରେ ବୃଦ୍ଧି ଯୋଗୁଁ ଏହି ସବୁ ଔଷଧର ମୂଲ୍ୟ ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ଜ୍ୱର, ସଂକ୍ରମଣ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ, ଡାଇବେଟିସ୍, କର୍କଟ, ହେପାଟାଇଟିସ୍, କିଡନୀ ଏବଂ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଦମ୍‌ ବର୍ଦ୍ଧିତ ହେବାକୁ ଥିବା ଔଷଧ ମଧ୍ୟରେ ପାରାସିଟାମଲ ବ୍ୟତୀତ ଫେନୋବାର୍ବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ, ସିପ୍ରୋଫଲୋକ୍ସାସିନ ହାଇଡ୍ରୋକ୍ଲୋରାଇଡ ଏବଂ ମେଟ୍ରୋନିଡାଜୋଲ ଭଳି ୮୭୫ଟି ଔଷଧ ସାମିଲ ରହିଛି।

ଯେଉଁ କମ୍ପାନୀଗୁଡିକ ଔଷଧର ଜାତୀୟ ତାଲିକାର ଅଂଶ ନୁହଁନ୍ତି, ସେମାନଙ୍କୁ ଔଷଧ ମୂଲ୍ୟ ବାର୍ଷିକ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ, ଫାର୍ମାସ୍ୟୁଟିକାଲ୍ ବଜାରର ୩୦ପ୍ରତିଶତରୁ ଅଧିକ ପ୍ରତ୍ୟକ୍ଷ ମୂଲ୍ୟ ନିୟନ୍ତ୍ରଣରେ ଅଛି।

Show More

Related Articles

Back to top button