Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

କଟକରେ କମାଲ ଦେଖାଇଛି କଂଗ୍ରେସ

ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା କଟକରେ କଂଗ୍ରେସର ଗିରିବାଳା ବେହେରା ଆଗୁଆ ରହିଛନ୍ତି ।

ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବାଳେ ସମସ୍ତଙ୍କ ନଜର ଏବେ ୩ ମହାନଗର ନିଗମ ଉପରେ ରହିଛି । ତେବେ କଟକରେ କମାଲ ଦେଖାଇଛି କଂଗ୍ରେସ । ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା କଟକରେ କଂଗ୍ରେସର ଗିରିବାଳା ବେହେରା ଆଗୁଆ ରହିଛନ୍ତି । ଅର୍ଥାତ ପ୍ରଥମ ରାଉଣ୍ଡରେ ବିଜେଡ଼ିର ସୁବାସ ସିଂ ପ୍ରଥମେ ଆଗରେ ଥିବାବେଳେ ଦ୍ୱିତୀୟ ରାଉଣ୍ଡରେ ଗିରିବାଳା ଆଗରେ ରହିଛନ୍ତି । ଏବେ ସେ ୪୦୦ ଭୋଟରେ ଆଗୁଆ ଥିଲେବି ଆଗକୁ ଅନେକ ରାଉଣ୍ଡ ଗଣତି ରହିଛି । ଭୁବନେଶ୍ୱରରେ ବିଜେଡ଼ି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଆଗରେ ରହିଥିବା ବେଳେ, ବିଜେପି ପ୍ରାର୍ଥିନୀ ଡକ୍ଟର ସୁନୀତ ମୁଣ୍ଡ ଓ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ ପଛରେ ରହିଯାଇଛନ୍ତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଫଳରେ ଗଣନା କେନ୍ଦ୍ର ଆଗରେ ସକାଳୁ ସକାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ କେତେକ ସ୍ଥାନରେ ଭୋଟ ଗଣତି ବିଳମ୍ବିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

 

Show More

Related Articles

Back to top button