Breaking PLUSଦେଶମୁଖ୍ୟ ଖବର

ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ୭ ଓମିକ୍ରନ୍ ସଂକ୍ରମିତ, ଭାରତରେ ମୋଟ ୧୨କୁ ପହଞ୍ଚିଲା ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ଚିହ୍ନଟ ହେଲେ ଆଉ ୭ ଓମିକ୍ରନ୍ ସଂକ୍ରମିତ । ଆଜି ମହାରାଷ୍ଟ୍ରରୁ ଆଉ ୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏନେଇ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ଗଣମାଧ୍ୟମକୁ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ଦେଶରେ ଏବେ ବଢିବାରେ ଲାଗିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଆଜି ଦିଲ୍ଲୀରୁ ମଧ୍ୟ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଞ୍ଜାନିଆରୁ ଆସିଥିବା ଯାତ୍ରୀଙ୍କ ନିକଟରୁ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କୁ ଦିଲ୍ଲୀ ଏଲଏନ୍ଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୨ ଜଣ ଯାତ୍ରୀଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣଙ୍କ ଦେହରେ ଓମିକ୍ରନ୍ ଭୂତାଣୁ ଥିବା ବେଳେ ଅନ୍ୟ ୧୧ ଜଣଙ୍କ ଦେହରେ ସାମାନ୍ୟ କରୋନା ଲକ୍ଷଣ ରହିଥିବା ସୂଚନା ଦେଇଥିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ।

ପ୍ରଥମେ କର୍ଣ୍ଣାଟକରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମହାରାଷ୍ଟ୍ର , ଗୁଜରାଟ ଓ ଦିଲ୍ଲୀରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Show More

Related Articles

Back to top button