ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ରସ୍ୱାସ୍ଥ୍ୟ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଅସୁସ୍ଥ ହେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ । ହଠାତ୍ ଅସୁସ୍ଥ ହୋଇପଡିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ । ସେ ବର୍ତ୍ତମାନ ଚଣ୍ଡିଗଡ଼ ସ୍ଥିତ ପିଜିଆଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ସିଂ ଙ୍କୁ ସାମାନ୍ୟ ଜ୍ୱର ହେବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଚଣ୍ଡିଗଡ଼ ସ୍ଥିତ ପିଜିଆଇରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତରଙ୍କର ଏକ ସ୍ୱତନ୍ତ୍ର ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ଗତ ୨-୩ ଦିନ ହେବ ତାଙ୍କୁ ହାଲକା ଜ୍ୱର ଆସୁଛି । ପ୍ରକାଶ ସିଂ ବାଦଲଙ୍କ ବୟସ ପ୍ରାୟ ୯୪ ବର୍ଷ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଯୋଗୁଁ ଏପରି ହୋଇଥିବା ଜଣାପଡୁଛି ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି  ।

Show More

Related Articles

Back to top button