ଦେଶ ବିଦେଶରାଜନୀତିସ୍ୱତନ୍ତ୍ର

ଗୁଲାମ ନିଜ ନୂଆ ଦଳର ନାଁ ‘ହିନ୍ଦୁସ୍ତାନୀ’ ବୋଲି ଘୋଷଣା କରିଛନ୍ତି

ଶ୍ରୀନଗର: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ କଂଗ୍ରେସରୁ ଇସ୍ତଫା ଦେବା ପରେ ଜମ୍ମୁରେ ନୂଆ ଗଠନ କଲେ। ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର ନାଁ ‘ହିନ୍ଦୁସ୍ତାନୀ’ ବୋଲି ଘୋଷଣା କରିଛନ୍ତି। ଏହି ଦଳକୁ ସର୍ବ ଧର୍ମ ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନ ସମସ୍ତେ ବୁଝି ପାରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି, ‘ଜମ୍ମୁ କଶ୍ମୀରର ଲୋକମାନେ ଯାହା ନିଷ୍ପତ୍ତି ନେବେ ତାହା ମୋ ଦଳର ନାମ ଏବଂ ପତାକା ହେବ। ମୁଁ ବର୍ତ୍ତମାନ ଦିଲ୍ଲୀରେ ବସି ଆପଣମାନଙ୍କ ପାଇଁ କୌଣସି ଆଦେଶ ଦେବି ନାହିଁ। ମୋ ପାଖକୁ ଅନେକ ନାମ ଆସିଥିଲା କେତେକରେ ଉର୍ଦ୍ଦୁ ଅଧିକ ଥିଲା ତ ଆଉ କେତେକରେ ସଂସ୍କୃତ ଅଧିକ ଥିଲା। ତେଣୁ ସର୍ବଧର୍ମକୁ ବୁଝାଇଲା ଭଳି ମୋ ନା ‘ହିନ୍ଦୁସ୍ତାନୀ’ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦଳର ଏଜେଣ୍ଡା ବିଷୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ବିଧାନସଭାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ। ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର। ଜମ୍ମୁ କଶ୍ମୀରରେ କେବଳ ଯୁବପିଢ଼ିଙ୍କୁ ହିଁ ନିଯୁକ୍ତୁ ମିଳୁ। ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ। କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି। ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍‌ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ। ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର। ଜମ୍ମୁକଶ୍ମୀରରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, କିନ୍ତୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି। କେବଳ ସେତିକି ନୁହେଁ ଏହି ରାଲିରେ ଗୁଲାମ ନବୀ ଆଜାଦ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସକୁ ମୁ ରକ୍ତ ଦେଇଛି। କିନ୍ତୁ ମୋ ବଳିଦାନକୁ କଂଗ୍ରେସ ଭୁଲି ଯାଇଛି। କମ୍ପ୍ୟୁଟର୍‌ କିମ୍ବା ଟ୍ୱିଟ୍‌ରେ ନୁହେଁ ଆମ ଦ୍ୱାରା ଓ ଆମ ରକ୍ତରେ ତିଆରି ହୋଇଛି କଂଗ୍ରେସ। ଲୋକେ ଆମକୁ ବଦନାମ କରିବାକୁ ଚାହୁଁଛନ୍ତି କିନ୍ତୁ ସେମାନେ କେବଳ ଟ୍ୱିଟ୍‌ର ଓ କମ୍ପ୍ୟୁଟର୍‌ରେ ସୀମିତ। ଏହି କାରଣରୁ କଂଗ୍ରେସ ଆଜି ଆଗକୁ ବଢ଼ି ପାରୁ ନାହିଁ ବୋଲି ଗୁଲାମ ନବୀ କହିଛନ୍ତି।

 

Show More

Related Articles

Back to top button