ଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

୨୦୨୪ ନିର୍ବାଚନ ପାଇଁ ବିଜୟୀ ପ୍ରସ୍ତୁତି ଯୋଜନା କହିବେ ସୁନୀଲ ବଂଶଲ

ଭୁବନେଶ୍ୱର : ୨୦୨୪ ନିର୍ବାଚନ ବିଜୟ ପାଇଁ ହେବ ଏକ ମାତ୍ର ଯୋଜନା। ଏଥିପାଇଁ ଆସନ୍ତାକାଲି ଠାରୁ ସମସ୍ତ ବିଜେପି ନେତାଙ୍କୁ ମନ୍ତ୍ରଣା ଦେବେ ନବ ନିଯୁକ୍ତ ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ। ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସେ ଆସୁଛନ୍ତି। ଦିନ ଗୋଟାଏରେ ସେ ଭୁବନେଶ୍ୱରରେ ପହଞ୍ଚବେ। ଓଡିଶା ଦାୟିତ୍ୱ ନେବାପରେ ତାଙ୍କର ଏହା ପ୍ରଥମ କାର୍ଯ୍ୟକ୍ରମ। ଭୁବନେଶ୍ୱର ଏୟାରପୋର୍ଟରେ ବିଜେପି ଶତାଧିକ କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିବେ। ଆସନ୍ତାକାଲି ଦଳର ସଭାପତି ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ସୁନୀଲ ବଂଶଲ ବିଭିନ୍ନ ବିଷୟ ନେଇ ଅଲୋଚନା କରିବେ। ବିଶେଷ ଭାବେ ଦଳର ସ୍ଥିତି, ବିଜୟ ଓ ପରାଜୟରେ ସାଂଗଠନିକ ଭୂମିକା ଓ ୨୦୨୪ ନିର୍ବାଚନରେ ବିଜୟ ପାଇଁ କ’ଣ କରିବାକୁ ହେବ ସେନେଇ ସେ ସାଂଗଠନିକ ମୁଖିଆମାନଙ୍କୁ ଯୋଜନା ବିଷୟରେ ମନ୍ତ୍ର ଦେବେ। ଏହାପର ଦିନ ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହାଛଡ଼ା ସେ ଜିଲ୍ଲା ଦାୟିତ୍ୱରେ ଥିବା ଦଳର ସଭାପତି, ସମ୍ପାଦକ ଓ ବରିଷ୍ଠ ନେତାଙ୍କୁ ଭେଟି ମନ୍ତ୍ରଣା ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ବୈଠକ ଉପରେ ବିଜେଡି ନେତାମାନେ ତିକ୍ଷ୍ଣ ନଜର ରଖିଥିବା ମଧ୍ୟ କୁହାଯାଉଛି। ବିଜେପିର ନୂଆ ଯୋଜନା ପ୍ରସ୍ତୁତ ପରେ ଏହାକୁ ଭଣ୍ଡୁର କରିବାକୁ ମଧ୍ୟ ବିଜେଡି ରାଜ୍ୟସ୍ତରୀୟ ବୈଠକ ଜରିଆରେ ଚେଷ୍ଟା କରିବ ବୋଲି ମଧ୍ୟ ସୂଚନା ମିଳିଛି।

 

Show More

Related Articles

Back to top button