ଦେଶ ବିଦେଶବାଣିଜ୍ୟ

୩ ଦିନ ବନ୍ଦ ରହିବ ଏହି ସବୁ ସରକାରୀ ବ୍ୟାଙ୍କ

ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ ଖବର

ଦେଶର ଅନ୍ୟତମ ସରକାରୀ ବ୍ୟାଙ୍କ ବିଓଆଇ ବା ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକମାନଙ୍କ ପାଇଁ ଏକ ଆଲର୍ଟ ମେସେଜ୍ ଜାରି କରିଛି । ଏହି ମେସେଜ୍ ମୁତାବିକ, ବ୍ୟାଙ୍କର କିଛି ସେବା ଲଗାତାର ୩ ଦିନ ବନ୍ଦ ରହିବ। ଏହି ସମ୍ୱନ୍ଧରେ ବ୍ୟାଙ୍କ ଏହାର ସୋସିଆଲ୍ ମିଡିଆ ଆକାଉଣ୍ଟରେ ମଧ୍ୟ ଏକ ନୋଟିସ୍‌ ଜାରି କରିଛନ୍ତି । ବ୍ୟାଙ୍କ ପକ୍ଷରୁ ଜାରି ନୋଟିସ୍‌ ଅନୁସାରେ ୨୧ ଜାନୁଆରୀ ରାତିରୁ ବ୍ୟଙ୍କିଂ ସିଷ୍ଟମ ଅପଗ୍ରେଡ୍‌ କରାଯାଉଛି ।

ଏହି ପ୍ରକ୍ରିୟା ୨୪ ଜାନୁଆରୀ ସକାଳ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ଏଟିଏମ୍‌, ୟୁପିଆଇ, ମୋବାଇଲ୍‌ ବ୍ୟାଙ୍କିଂ, ଇଣ୍ଟରନେଟ୍‌ ବ୍ୟାଙ୍କିଂ, ଆଇଏମ୍‌ପିଏସ୍‌, ଆଇବିଆର୍‌ ମାଧ୍ୟମରେ ଡିଜିଟାଲ୍‌ ସେବା ଜାରି ରହିବ । କିନ୍ତୁ ବ୍ରାଞ୍ଚରୁ ଆଉଟ୍‌ୱାର୍ଡ, ଏନ୍‌ଆଇଏଫଟି କିମ୍ୱା ଆର୍‌ଟିଜିଏସ୍‌, ସ୍ୱିଫ୍ଟ୍‌, ଏନ୍‌ଏସିଏଚ୍‌ ଏବଂ ଚ୍ୟାନେଲ୍‌ ଡେଲିଭରି ଉପଲବ୍ଧ ରହିବ ନାହିଁ । ଏହି ସମୟ ମଧ୍ୟରେ ବିଭିନ୍ନ ସେବାର ରେସ୍ପନ୍ସ ପେଣ୍ଡିଙ୍ଗ୍‌ ରହିବ ।

Show More

Related Articles

Back to top button