ଦେଶ ବିଦେଶବାଣିଜ୍ୟ

ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଭଲ ଖବର !

୨୦୨୧-୨୨ରେ ଜିଡିପି ରହିପାରେ ୯.୨ ପ୍ରତିଶତ

କରୋନା ମହାମାରୀ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥା ପାଇଁ ଆଶ୍ଵସ୍ତିକର ଖବର। କୃଷି ଏବଂ ମ୍ୟାନୁଫେକଚରିଂ କ୍ଷେତ୍ରର ଉନ୍ନତ ପ୍ରଦର୍ଶନରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଆର୍ଥିକ ବର୍ଷ ୨୦୨୧-୨୨ରେ ୯.୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ଏହାର ଗୋଟିଏ ବର୍ଷ ପୂର୍ବେ ଅର୍ଥାତ ୨୦୨୦-୨୧ରେ ବୃଦ୍ଧିହାର ୭.୩ ପ୍ରତିଶତ ହ୍ରାସ ଘଟିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ଶୁକ୍ରବାର ଏହାର ସୂଚନା ଦେଇଛି। ପରିସଂଖ୍ୟାନ କାର୍ଯ୍ୟାଳୟ ମୁତାବକ, ସକଳ ଘରୋଇ ଉତ୍ପାଦ(ଜିଡିପି) ବୃଦ୍ଧି ହାର ୨୦୨୧-୨୨ରେ ୯.୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ସେହି ପରି ସକଳ ମୂଲ୍ୟ ବର୍ଦ୍ଧନ(ଜିଭିଏ) ୨୦୨୧-୨୨ରେ ୧୩୫.୨୨ ଲକ୍ଷ କୋଟି ଟଙ୍କା ରହିବ ବୋଲି ଅନୁମାନ କରାଯାଇଛି। ଗତ ବର୍ଷ ୨୦୨୦-୨୧ରେ ଏହା ୧୨୪.୫୩ ଲକ୍ଷ କୋଟି ଟଙ୍କା ଥିଲା। ଏହା ପଛର ପ୍ରମୁଖ କାରଣ ଥିଲା କରୋନା ଏବଂ ଲକ୍‌ଡାଉନ୍।

 

ଚିନ୍ତା ବଢାଇଲା ତୃତୀୟ ଲହର

କରୋନାର ତୃତୀୟ ଲହର ଦେଶରେ କାୟା ମେଲାଇ ଚାଲିଛି। ଏହି କାରଣରୁ ରାଜ୍ୟ ସରକାରଗୁଡିକୁ ଅନେକ କଟକଣା ଲଗାଇବାକୁ ପଡିଛି। ଦେଶରେ ବଢୁଥିବା କରୋନା ପ୍ରକୋପ ଏବଂ ଲକ୍‌ଡାଉନ୍‌ କାରଣରୁ ଅର୍ଥବ୍ୟବସ୍ଥା ଉପରେ କେତେ ପ୍ରଭାବ ପଡିବ ତାହା ଏବେଠୁ କୁହାଯାଇ ପାରିବ ନାହିଁ। କିନ୍ତୁ ଏଥିରେ ହେବାକୁ ଥିବା କ୍ଷତିକୁ ଏଡାଇ ଦିଆଯାଇ ପାରିବ ନାହିଁ। କରୋନାର ଦ୍ଵିତୀୟ ଲହର କମିବା ପରେ ସେପ୍ଟେମ୍ବର ତ୍ରୈମାସିକରେ ପୁଣି ଥରେ ଅର୍ଥବ୍ୟବସ୍ଥା ଗତିଶୀଳ ହୋଇଥିଲା। କିନ୍ତୁ ଏବେ ତୃତୀୟ ଲହର ସଭିଙ୍କ ଚିନ୍ତା ବଢାଇ ଦେଇଛି।

Show More

Related Articles

Back to top button