Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଚାଷୀଙ୍କ ଲାଗି ସମସ୍ୟା ପାଲଟିଛି ଟମାଟୋ ର ରେକର୍ଡ ଉତ୍ପାଦନ

୬ ଟଙ୍କା ଖର୍ଚ୍ଚ କରି ମିଳୁଛି ୩, ଏବେ ଫିଙ୍ଗା ହେଉଛି ଅଳିଆ ଗଦାରେ

ଚଳିତବର୍ଷ ପାଗ ଭଲ ରହିବା ଆନ୍ଧ୍ରପ୍ରଦେଶ ଟମାଟୋ ଚାଷୀଙ୍କ ଲାଗି କ୍ଷତିର କାରଣ ପାଲଟିଛି। ଭଲ ପାଗ ଯୋଗୁ ଟମାଟୋ ଉତ୍ପାଦନ ବଢ଼ିଯାଇଥିବା ବେଳେ ବଜାରରେ ଏବେ ଦର ମିଳୁନି। ଏଣୁ ଚାଷୀ ୬ ଟଙ୍କା ଖର୍ଚ୍ଚରେ ଫଳାଇଥିବା ଟମାଟୋକୁ କେଜି ପିଛା ୩ ଟଙ୍କା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ଅନେକ କ୍ଷେତ୍ରରେ ଚାଷୀଙ୍କୁ ସେମାନଙ୍କର ତୋଳା ମୂଲ୍ୟ ମିଳୁନଥିବାରୁ ଅଳିଆ ଗଦାରେ ଗଦେଇ ଦେବାକୁ ବାଧ୍ୟ ହେଉଛନ୍ତି। ଗତ ମେ ମାସ ପର୍ଯ୍ୟନ୍ତ ଟମାଟୋ କେଜି ପିଛା ଦର ୩୦ ଟଙ୍କାରେ ବିକ୍ରି ହେଉଥିଲା। ଗୋଟିଏ ପଟେ ଉତ୍ପାଦନ ବୃଦ୍ଧି ହେଉଥିବା ବେଳେ ବଜାରରେ ଦର ହ୍ରାସ ଚାଷୀଙ୍କୁ କ୍ଷତିରେ ପକାଇଛି। ମେ ମାସରେ କେଜି ପିଛା ୩୦ ଟଙ୍କା ଦରରେ ବିକ୍ରି ହେଉଥିବା ଟମାଟୋର ଏବେ ଖୁଚୁରା ଦର ୧୨ଟଙ୍କାକୁ ପହଞ୍ଚି ଯାଇଛି। ଏଣୁ ଏଜେଣ୍ଟ ଚାଷୀଙ୍କୁ କେଜି ପିଛା ୩ଟଙ୍କା ଅଫର ଦେଉଥିବାରୁ ଚାଷୀ ମୁହଁ ଫୁଲାଉଛନ୍ତି। ମଣ୍ଡିରେ ଏବେ ଟମାଟୋ କୁ ଦର ମିଳୁ ନାହିଁ। ଏଣୁ ଉପଯୁକ୍ତ ଦରରୁ କମ ଦରରେ ଚାଷୀ ଫସଲ ବିକିବାକୁ ରାଜି ହେଉ ନାହାନ୍ତି। କିଛି ଚାଷୀ ମୂଲ୍ୟ ହ୍ରାସ ସମସ୍ୟାର ସମାଧାନ ଲାଗି ନିଜେ ନିଜର ଷ୍ଟଲ ଖୋଲିଛନ୍ତି। ଏଣୁ ସିଧା ଖାଉଟିଙ୍କୁ ବିକି ଅନୁନ୍ୟ ଖର୍ଚ୍ଚ ଉଠାଇ ଦେଉଛନ୍ତି।

ତେବେ ଚାଷୀ ଏବେ ଯେତିକି ଅମଳ କରୁଛନ୍ତି ଏହାର ଏକ କ୍ଷୁଦ୍ର ଅଂଶ ସେମାନଙ୍କ ଷ୍ଟଲରେ ବିକି ପାରୁଥିବା ବେଳେ ବଳକା ବଜାରରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ଟମାଟୋର ବଜାର ଅବସ୍ଥା ଦେଖି ଅନେକ ଚାଷୀ ଆଗାମୀ ଟମାଟୋ ଫସଲ ଲାଗି ମନ ବଦଳେଇ ସାରିଲେଣି। ଏଣୁ ଆଗକୁ ଉତ୍ସବ ଋତୁ ଥିବା ବେଳେ ଟମାଟୋର ଅଭାବ ଦେଖା ଦେବ ବୋଲି କୃଷି ଅଧିକାରୀମାନେ ଏବେଠୁ ଆକଳନ କଲେଣି। ଯଦି ଚାଷୀ ପରବର୍ତ୍ତି ଋତୁ ପାଇଁ ଏବେଠୁ ଚାଷ ନ କରିବେ ତେବେ ବଜାରରେ ଟମାଟୋ ଅଭାବ ହେବା ସହ ମୂଲ୍ୟ ବୃଦ୍ଧି ହେବ ବୋଲି ସ୍ପଷ୍ଟ ଦେଖାଗଲାଣି।

Show More

Related Articles

Back to top button