ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଜୀବନଚର୍ଯ୍ୟାସ୍ୱତନ୍ତ୍ର

ଶ୍ରୀମନ୍ଦିରରେ ବଡ ଧରଣର ଅଘଟଣ,ଗର୍ଭଗୃହରେ ଖସିଲା ପଥର

ଶ୍ରୀମନ୍ଦିରରେ ବଡ ଧରଣର ଅଘଟଣ । ଗର୍ଭଗୃହରେ ଖସିଲା ପଥର । ଗର୍ଭଗୃହ ରତ୍ନ ସିଂହାସନ ପଛ ପରିକ୍ରମାରେ ଏକ ଚୂନ ଖଣ୍ଡ ଖସିପଡ଼ିଥିବା କୁହାଯାଉଛି । ଏହି ଚୂନ ଖଣ୍ଡର ଓଜନ ପ୍ରାୟ ଦେଢକିଲୋ ଅଟେ । ଏହି ପଥର ଖଣ୍ଡକୁ ଶ୍ରୀମନ୍ଦିର ଗାରଦରେ ଜବତ କରି ରଖାଯାଇଛି । ତେବେ ଏହି ଘଟଣାରେ ବଡ଼ ଠାକୁରଙ୍କ ଶ୍ରୀଅଙ୍ଗ କିନ୍ତୁ ସୁରକ୍ଷିତ ରହିଛି ।

ସୂଚନା ଅନୁସାରେ , ମଙ୍ଗଳବାର ପ୍ରାୟ ୧୧ଟା ସମୟରେ ଗର୍ଭଗୃହ ରତ୍ନବେଦିରେ ବଡ଼ଠାକୁର ବସିଥିବା ପଛପଟପ ଏହି ପଥର ଠାବ କରାଯାଇଥିଲା । ଏହାର ଓଜନ ଦେଢ଼ କିଲୋ ହେବ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ ଗଳିପଡ଼ିଥିବା ଖଣ୍ଡ ପଥର ନୁହେଁ ବୋଲି ପ୍ରଶାସନ ଦାବି କରିଛି । ଏହା ଏକ ଚୂନ ଖଣ୍ଡ ହୋଇପାରେ । ଯୁକ୍ତିରେ ଦର୍ଶାଯାଇଛି ଯେ, ଶ୍ରୀମନ୍ଦିର ଗର୍ଭଗୃହ କାନ୍ଥ ପଥରରେ ନିର୍ମିତ ହୋଇଛି । ଗର୍ଭଗୃହ କାନ୍ଥରେ ପଥର ଖଣ୍ଡ ଯୋଡ଼ା ଯାଇଛି । ଗର୍ଭଗୃହ ଉପରେ ଶ୍ରୀମନ୍ଦିର ପ୍ରଥମ ମହଲା ନିବୁଜ ରହିଛି । ଗର୍ଭଗୃହର ପ୍ରଥମ ମହଲା ସମ୍ପୂର୍ଣ୍ଣ ପଥର ଖଣ୍ଡରେ ନିର୍ମିତ ହୋଇଛି । ଏହା ସହ ଗର୍ଭଗୃହରେ କୌଣସି ସ୍ଥାନରେ ଚୂନ କିମ୍ବା ପଥର ଲାଗିନାହିଁ । ଏହି ସବୁ ସ୍ଥାନରେ ଚୂନ ଲାଗିନଥିବାରୁ ଚୂନ ଖଣ୍ଡ କେଉଁଠୁ ଆସିଲା ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ।

Show More

Related Articles

Back to top button