ବାଣିଜ୍ୟ

କରୋନାର ଦ୍ୱିତୀୟ ଲହର ମଧ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ୫୦ ହଜାର କୋଟି ଟଙ୍କା ଦେଲା ଆରବିଆଇ

ସ୍ଥିତି ଉପରେ ଆରବିଆଇର ନଜର ରହିଛି। ଦ୍ୱିତୀୟ ଲହର ବିରୋଧରେ ଦୃଢ ପଦକ୍ଷେପ ନେବା ଆବଶ୍ୟକ

କରୋନାର ଦ୍ୱିତୀୟ ଲହର ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ସ୍ଥିତି ଉପରେ ଆରବିଆଇର ନଜର ରହିଛି। ଦ୍ୱିତୀୟ ଲହର ବିରୋଧରେ ଦୃଢ ପଦକ୍ଷେପ ନେବା ଆବଶ୍ୟକ। ସେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, କରୋନାର ପ୍ରଥମ ଲହର ପରେ ଦେଶର ଅର୍ଥନୀତି ସୁଧୁରିବ ଆରମ୍ଭ କରିଥିଲା କିନ୍ତୁ ଦ୍ୱିତୀୟ ଲହର ପୁଣିଥରେ ସଙ୍କଟ ସୃଷ୍ଟି କରିଛି।ଆରବିଆଇ ଏମର୍ଜେନ୍ସି ସ୍ୱାସ୍ଥ୍ୟ ସେବା ପାଇଁ ୫୦ ହଜାର କୋଟି ଟଙ୍କା ଦେଇଛି। ଏହି ରାଶି ଜରିଆରେ ବ୍ୟାଙ୍କ ଭ୍ୟାକସିନ ମେନୁଫେକ୍ଚର୍ସ, ଭ୍ୟାକସିନ ଟ୍ରାନ୍ସପୋର୍ଟ, ଏକ୍ସପର୍ଟସଙ୍କୁ କିସ୍ତିରେ ଋଣ ଉପଲବ୍ଧ କରାଇବ।

ଏହାସହ ହସ୍ପିଟାଲ, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମଧ୍ୟ ଲାଭ ମିଳିବ। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ପ୍ରାଥମିକତା କ୍ଷେତ୍ର ପାଇଁ ଶୀଘ୍ର ଋଣ ଓ ପ୍ରୋତ୍ସାହନ ଦିଆଯିବ।ଗଭର୍ନର କହିଛନ୍ତି, ବର୍ତ୍ତମାନ ସ୍ଥିତିରେ KYC ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁସାରେ ଭିଡିଓ ଜରିଆରେ KYC କୁ ମଞ୍ଜୁରୀ ଦିଆଯାଇଛି । ରାଜ୍ୟମାନଙ୍କ ପାଇଁ Overdraft Facility ରେ ମଧ୍ୟ ଆଶ୍ବସ୍ତି ଦିଆଯାଇଛି ବୋଲି ସେ କହିଛନ୍ତି। କରୋନାର ଦ୍ୱିତୀୟ ଲହର ମଧ୍ୟରେ ଶକ୍ତିକାନ୍ତ ଦାସ ସାଧାରଣ ଜନତା, ଛୋଟ ବ୍ୟବସାୟୀ ଓ ସୁକ୍ଷ୍ମ-ଆର୍ଥିକ ସଂସ୍ଥାର ସାହାଯ୍ୟ ପାଇଁ ଆର୍ଥିକ ଉପାୟର ଏକ ସେଟ ଘୋଷଣା କରିଛନ୍ତି। ଦେଶରେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି। ଲଗାତାର ପ୍ରତିଦିନ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୮୨ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ଓ ୩୪୦୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

Show More

Related Articles

Back to top button