Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ, ଗତ ୨୪ ଘଣ୍ଟାରେ ୩,୭୮୦ ଜଣ ଆକ୍ରନ୍ତଙ୍କର ମୃତ୍ୟୁ

କରୋନାର ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଛି । ଅଧିକ ଜୀବନ ନେଉଛି । ଦେଶରେ ସାଢ଼େ ୩ହଜାର ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ସେହିପରି ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ କରୋନା ଦିନକରେ ରେକର୍ଡ ୩ହଜାର ୭୮୦ ଜୀବନ ନେଇଛି । ଏହି ସମୟରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୮୨ହଜାର ୩୧୫ ନୂଆ ସଂକ୍ରମିତ ।

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ଲକ୍ଷ ୨୬ହଜାର ୧୮୮କୁ ବୃଦ୍ଧି ପାଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨କୋଟି ୬ଲକ୍ଷ ୬୫ହଜାର ୧୪୮ । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩ଲକ୍ଷ ୩୮ହଜାର ୪୩୯ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ୧କୋଟି ୬୯ଲକ୍ଷ ୫୧ହଜାର ୭୩୧ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ୩୪ଲକ୍ଷ ୮୭ହଜାର ୨୨୯ଟି ଆକ୍ଟିଭ୍ କେସ୍ ରହିଛି ।

Show More

Related Articles

Back to top button