ସ୍ୱାସ୍ଥ୍ୟ

ପାଚନ ତନ୍ତ୍ରକୁ ସୁଧାରିବା ଠାରୁ ନେଇ ଓଜନ ନିୟନ୍ତ୍ରଣ କରିଥାଏ ପିସ୍ତା

ଆସନ୍ତୁ ଜାଣିବା ତାର କାର୍ଯ୍ୟ କାରିତା ବିଷୟରେ

ଆମେ ପ୍ରାୟ ସମସ୍ତେ ଡ୍ରାଏ ଫୃଟ୍ସ ଖାଇଥାଉ ଓ ଏହାର ଗୁଣ ବିଷୟରେ ଜାଣିଛୁ l କିନ୍ତୁ ଏହି ସମସ୍ତ ଭିତରୁ ଗୋଟିଏ ହେଉଛି ପିସ୍ତା ,ଏହାକୁ ଗୋଟିଏ ସୁପର ଫୁଡ ମଧ୍ୟ କୁହାଯାଏ l ପୃଥିବୀ ପୃଷ୍ଠରେ ହଜାର ହଜାର ବର୍ଷରୁ ପିସ୍ତା ଗଛ ଲଗାଯାଇ ଥାଏ l ଆମେରିକା ଓ ଅଷ୍ଟ୍ରେଲିଆ ଭଲଇଡିଏସରେ ବ୍ୟବସାୟିକ ଭାବରେ ଏହାର ଚାଷ କରାଯାଏ l ପିସ୍ତା ପୋଷାକ ତତ୍ଵରେ ଭରପୁର ଅଟେ l ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ,ପ୍ରୋଟିନ ପ୍ରଚୁର ପରିମାଣରେ ରହିଛି l ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ l

* ପିସ୍ତା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l ନିୟମିତ ଭାବରେ ପିସ୍ତା ସେବନ କରିବା ଦ୍ୱାରା ଅପଚ ସମସ୍ୟାରୁ ଆରମ୍ ମିଳିଥାଏ l ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ l ଏଥିରେ ଫାଇବର ରହିଥିବା କାରଣରୁ କୋଷ୍ଠ କାଠିନ୍ୟ ସମସ୍ୟା ସହିତ ପେଟକୁ ସୁସ୍ଥ ରଖିଥାଏ l

* ପିସ୍ତାରେ ଫାଇଟୋ ସ୍ଟେରଲ ନାମକ ଏସିଡ ରହିଛି l ଯାହା ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ l ଏହାକୁ ସେବନ କରିବା ଦ୍ୱାରା ଶରୀରରୁ ଖରାପ କୋଲେଷ୍ଟ୍ରଲ ନଷ୍ଟ ହୋଇ ଭଲ କୋଲେଷ୍ଟ୍ରଲ ବଢି ଥାଏ l ଯାହାଦ୍ୱାରା ହୃଦ ରୋଗ ବିପଦ ଦୁରେଇ ଯାଇଥାଏ l

* ମଧୁମେହ ରୋଗୀଙ୍କ ପାଇଁ ପିସ୍ତା ଅତି ହିତକର l ସେମାନେ ଏହାକୁ ସୀମିତ ମାତ୍ରାରେ ସେବନ କରି ପାରିବେ l କାରଣ ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ମଧୁମେହକୁ ନିୟନ୍ତ୍ରିତ କରିଥାଏ l ଏହା ରକ୍ତ ଶର୍କରା ସ୍ତର ଓ ରକ୍ତ ଚାପକୁ ନିୟନ୍ତ୍ରିତ କରିଥାଏ l

* ପିସ୍ତା ଓଜନକୁ ନିୟନ୍ତ୍ରିତ କରେ l ଏଥିରେ ପ୍ରୋଟିନ ଓ ଫାଇବରର ଭରପୁର ମାତ୍ରା ରହିଛି l ଏହାଦ୍ୱାରା ଓଜନ ନିୟନ୍ତ୍ରିତ ହୁଏ l ଯଦି ଆପଣ ମଧ୍ୟ ଓଜନ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ ପିସ୍ତା ଖାଆନ୍ତୁ l

Show More

Related Articles

Back to top button