ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଖରଭୁଜ ବା ଫୁଟି କାକୁଡ଼ି ଖାଇବା ଦ୍ୱାରା ଶରୀର ଓ ହୃତ୍ପିଣ୍ଡ ଉଭୟ ରହିଥାଏ ସୁସ୍ଥ

ଆସନ୍ତୁ ଜାଣିବା କେତେ ଆମ ଶରୀର ପାଇଁ ହିତକାରୀ

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଛି l ଚାରିଆଡ ଗରମ ସହିତ ଉତ୍ତାପ ବୃଦ୍ଧି l ଏହି ସମୟରେ ବଜାରରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଫଳର ସମ୍ଭାର ଦେଖା ଦେଉଛି l ଏହି ଗ୍ରୀଷ୍ମ ପ୍ରବାହରୁ ନିଜକୁ ରକ୍ଷା କରିବା ସହିତ ସୁସ୍ଥ ରଖିବା ପାଇଁ ଫଳ ମାନଙ୍କର ଅନେକ ଆବଶ୍ୟକତା ଶରୀର ପାଇଁ ରହିଛି l ସେହି ଫଳ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ଖରଭୁଜ ଯାହାକୁ ଆମେ ଓଡ଼ିଆରେ ଫୁଟି କାକୁଡି କହିଥାଉ ଏବଂ ଇଂରାଜୀରେ ମସ୍କ ମେଲନ କୁହାଯାଏ l

ବିଶେଷ କରି ଗ୍ରୀଷ୍ମ ଋତୁରେ ସୁସ୍ଥ ଓ ସତେଜ ରହିବା ନିହାତି ଆବଶ୍ୟକ l ମୁଖ୍ୟତଃ କିଛିଟା ବିଶେଷ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଗ୍ରୀଷ୍ମଋତୁରେ ଏହି ଫୁଟି କାକୁଡି ଆମର ଶରୀର ପାଇଁ ଉପଯୋଗୀ ଅଟେ l ଏଥିରେ ୯୫ ପ୍ରତିଶତ ପାଣି ଓ ମିନେରାଲସ ରହିଛି l ଏହା ଶରୀରକୁ ଥଣ୍ଡା ରଖିବା ସହିତ ଅଧିକାଂଶ ରୋଗରୁ ମଧ୍ୟ ଦୁରେଇ ରଖିଥାଏ l ଆସନ୍ତୁ ଜାଣିବା ଫୁଟି କାକୁଡ଼ିର ହିତକର ଗୁଣ ବିଷୟରେ l

* ଡାକ୍ତରୀ ଗବେଷଣାରୁ ଜଣା ପଡିଛି ଯେ ଫୁଟି କାକୁଡି ଖାଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିଥାଏ l କାରଣ ଏଥିରେ ରହିଛି ପ୍ରଚୁର ପରିମାଣରେ ସୁପର ଅକ୍ସାଇଡ ଡ଼ିସ ମ୍ୟୁଟେଜ ଏଞ୍ଜାଇମ ,ଯାହା ଦୁଶ୍ଚିନ୍ତାକୁ କମ କରିବା ସହିତ ସକାରାତ୍ମକ ଭାବରେ ଶରୀର ପାଇଁ ଲାଭ ଦାୟକ ଅଟେ l

* ଖରଭୁଜ ବା ଫୁଟି କାକୁଡି ପାଚନ ତନ୍ତ୍ର ପାଇଁ ଅତ୍ୟନ୍ତ ହିତକର l ବିଶେଷଜ୍ଞ ମାନଙ୍କ ମତରେ ଏଥିରେ ଫାଇବର ଅଧିକ ପରିମାଣରେ ରହିଥିବା ହେତୁ ପାଚନ ପ୍ରକ୍ରିୟା ପାଇଁ ଲାଭ ଦାୟକ l ଗ୍ରୀଷ୍ମ ଋତୁରେ ଶରୀରକୁ ଡି ହାଇଡ୍ରେସନ ରୁ ରକ୍ଷା କରିଥାଏ l ଏସିଡ଼ିଟି ଓ ଗ୍ୟାସ ସମସ୍ୟାରୁ ରକ୍ଷା କରିଥାଏ l

* ଶାରୀରିକ ଓ ମାନସିକ ଚିନ୍ତା ନିଦ୍ରା ହୀନତାର କାରଣ ଅଟେ l ଅନିଦ୍ରା ଦୋଷ କୌଣସି ଗମ୍ଭୀର ରୋଗର କାରଣ ଅଟେ l ଏଥିରେ ଥିବା ଏଞ୍ଜାଇମ ନିଦ ପାଇଁ ଅତି ଲାଭ ଦିଏ l ତେଣୁ ନିଦ୍ରା ହୀନତା ରୋଗର ଶିକାର ହେଉଥିବା ବ୍ୟକ୍ତିମାନେ ଖରଭୁଜ ଖାଇବା ଆବଶ୍ୟକ l

* କିଡ୍ନୀ ଜନିତ ସମସ୍ୟା ପାଇଁ ଖରଭୁଜ ଅତି ଫଳପ୍ରଦ l ଏଥିରେ ସାଇଟ୍ରେଟ ଓ କ୍ୟାଲସିୟମ ରହିଛି , ଯାହା ଅକ୍ସୀ ଲାଇଟ କ୍ରିଷ୍ଟାଲ କୁ ବଢ଼ିବାରୁ ଅଟକାଇ ଥାଏ l କେତେକ ଲୋକଙ୍କ ପରିସ୍ରାରେ ସାଇଟ୍ରେଟ କମ ରହିଥାଏ ,ସେହି ମାନଙ୍କୁ ସାଇ ଟ୍ରିକ ଏସିଡ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ l ଯାହା କିଡ୍ନୀ ସମସ୍ୟା ସହିତ ଷ୍ଟୋନ ହେବାରୁ ମଧ୍ୟ ରକ୍ଷା କରିଥାଏ l

* ଏକ ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି ଯେ ଖରଭୁଜ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ l ଏଥିରେ ବିଟା କେରୋଟିନ ରହିଥିବା କାରଣରୁ ଏହା ହୃଦୟ ପାଇଁ ଅତି ଆବଶ୍ୟକ ଏବଂ ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ତତ୍ୱ ହୃତ୍ପିଣ୍ଡର ଠିକ ଭାବରେ ରକ୍ତ ସଞ୍ଚାଳନ କରିଥାଏ l

Show More

Related Articles

Back to top button