ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଘରର ସବୁ କାମ ସହଜରେ ପୂରା ହେବ। ଓକିଲଙ୍କୁ ନୂଆ ମକଦ୍ଦମା ମିଳିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ବୃଷ: କାମ କରିବା ସମୟରେ ତରତର ହୁଅନ୍ତୁ ନାହିଁ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ପ୍ରିୟବନ୍ଧୁଙ୍କୁ ସାହାଯ୍ୟ କରି ମାନସିକ ସନ୍ତୋଷ ପାଇବେ। ଆପଣଙ୍କ ଠାରେ କଠିନ କାମ କରିବାର କ୍ଷମତା ବିକଶିତ ହେବ। ପରିବାରରେ ଖୁସିର ପରିବେଶ ରହିବ।

କର୍କଟ: ନିଜର ଭବିଷ୍ୟତକୁ ଉନ୍ନତ କରିବାର ଯୋଜନା ଉପରେ ଧ୍ୟାନ ଦେବେ। ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଛାତ୍ରଙ୍କୁ ଖୁସି ଖବର ମିଳିବ।

ସିଂହ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ। ବ୍ୟବସାୟ ବୃଦ୍ଧି ପାଇଁ ଭଲ ଅବସର ପାଇବେ। ବନ୍ଧୁ ସହିତ ବଚସା ହୋଇପାରେ।

କନ୍ୟା: ପୂଜାର୍ଚ୍ଚନାରେ ସମୟ ବିତିବ। କୌଣସି ବନ୍ଧୁ ସହିତ ସାକ୍ଷାତ କରି ଆପଣଙ୍କୁ ଲାଭ ମିଳିବ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ତୁଳା: ଚାକିରି ବୃତ୍ତି ସମ୍ବନ୍ଧରେ ଗମ୍ଭୀରତାର ସହିତ ବିଚାର କରନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ। ସମାଜରେ ଯଶ ଖ୍ୟାତି ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଘରୋଇ ସମସ୍ୟାର ସମାଧାନ ବାହାରିବ।

ଧନୁ: ବ୍ୟବସାୟରେ ନୂଆ ବିଚାର ଲାଗୁ କରନ୍ତୁ, ଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ।

ମକର: ଘରର ସବୁ କାମ ସଂପୂର୍ଣ୍ଣ ହେବ। ଲୋକେ ଆପଣଙ୍କ କଥାକୁ ଗମ୍ଭୀରତାର ସହ ଶୁଣିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରିୟତମଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।

କୁମ୍ଭ: ଚାକିରି ବୃତ୍ତିରେ ମନ ଟିକେ କମ୍ ଲାଗିବ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ବଡ଼ ଭାଇଙ୍କ ସହଯୋଗ ଆପଣଙ୍କ କ୍ୟାରିୟରରେ ସାହାଯ୍ୟ କରିବ।

ମୀନ: ଅଫିସରେ ସହକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ବନ୍ଧୁଙ୍କ ସହିତ ଫୋନରେ ଦୀର୍ଘ ସମୟ ଧରି କଥା ହେବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

Show More

Related Articles

Back to top button