ଦେଶ ବିଦେଶ

ଭାରତର ପୁଣ୍ୟ ଭୂମିରେ ରାମ ନବମୀ

ବିଭିନ୍ନ ଧର୍ମ ଓ ଭାଷାର ରଙ୍ଗରେ ରଙ୍ଗୀନ ଅଟେ ଭାରତ ବର୍ଷ l ଏହି ଦେଶ ନିଜର ବିଶେଷ ଧର୍ମ ଓ ତାର ମହତ୍ୱ ପାଇଁ ବିଶ୍ୱର ସମସ୍ତ ସ୍ଥାନରେ ନିଜର ଗୋଟିଏ ଅଲଗା ମହତ୍ୱ ରଖିଛି

ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ପରମ୍ପରା ହେଉଛି ଗୋଟିଏ ଅଲଗା ଅନୁଭୂତି l ସାରା ବିଶ୍ୱରେ ହିନ୍ଦୁଧର୍ମ ଗୋଟିଏ ଏଭଳି ଧର୍ମ ଯେଉଁଠି ସବଠୁ ଅଧିକ ପୂଜା ପର୍ବ ପାଳନ କରାଯାଇ ଥାଏ l ରାମ ନବମୀ ସେହି ପର୍ବ ମାନଙ୍କ ଭିତରୁ ଗୋଟିଏ l ଏହି ପର୍ବ ଚୈତ୍ର ମାସ ଶୁକ୍ଲପକ୍ଷ ଚୈତ୍ର ନାବରାତ୍ରୀର ଶେଷ ଦିନରେ ପଡିଥାଏ l ଏହି ପର୍ବର ମହତ୍ୱ ଏଥିପାଇଁ ଅଧିକ ରହିଛି କାହିଁକି ନ ଏହିଦିନ ଭଗବାନ ଶ୍ରୀ ରାମ ଚନ୍ଦ୍ରଙ୍କର ଜନ୍ମଦିନ ଅଟେ l ଏହିଦିନ ଚୈତ୍ର ନବରାତ୍ରୀର ସମାପନ ମଧ୍ୟ ହୋଇଥାଏ l ଭଗବାନ ରାମ ହେଉଛନ୍ତି ବିଷ୍ନୁଙ୍କ ଅବତାର l ପୃଥିବୀରେ ଅସୁର ମାନଙ୍କର ବିନାଶ କରିବା ପାଇଁ ତ୍ରେତ୍ତେୟା ଯୁଗରେ ରାମ ଅବତାର ନେଇଥିଲେ lଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ l ,କାହିଁକି ନ ସେ ନିଜ ଜୀବନରେ ଅନେକ ଅସୁବିଧା ଭୋଗ କରିଥିଲେ ମଧ୍ୟ କେବେ ନିଜ ମର୍ଯ୍ୟାଦା ହରାଇ ନଥିଲେ l ସେ ଅସୁବିଧା ସମୟରେ ମଧ୍ୟ ନିଜର ଆଦର୍ଶକୁ ସେହିଭଳି ରଖିଥିଲେ l ନିଜର ତ୍ୟାଗ ଓ ଆଦର୍ଶ ଦ୍ୱାରା ସେ ସବୁବେଳେ ଓ ସବୁ ପରିସ୍ଥିତିରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ଅଟନ୍ତି l

ସାରା ଭାରତ ବର୍ଷରେ ଏହିଦିନ ରାମଙ୍କ ଜନ୍ମଦିନକୁ ଗୋଟିଏ ଉତ୍ସବ ଭାବରେ ପାଳନ କରିଥାନ୍ତି l କିନ୍ତୁ ଶ୍ରୀ ରାମଙ୍କ ଜନ୍ମ ଭୂମି ଅଯୋଧ୍ୟା ରେ ଏହାକୁ ଗୋଟିଏ ଅଲଗା ପ୍ରକାରର ମେଳା ଭାବରେ ପାଳନ କରାଯାଏ l ଏହି ସମୟରେ ଅଯୋଧ୍ୟାରେ ଭବ୍ୟ ମେଳାର ଆୟୋଜନ କରାଯାଏ l ଯେଉଁ ଉତ୍ସବରେ ଅନେକ ରାଜ୍ୟ ଓ ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁ ଆସି ଥିବାର ଦେଖା ଯାଇଥାଏ lରାମ ନବମୀ ଇତିହାସ ପୃଷ୍ଠାରେ ଅନେକ ବର୍ଷରୁ ପାଳନ କରାଯାଉଛି l ରାମଚନ୍ଦ୍ର ହେଉଛନ୍ତି ଶ୍ରୀ ଵିଷ୍ନୁଙ୍କ ସପ୍ତମ ଅବତାର l ମହାକାବ୍ୟ ରାମାୟଣ ଅନୁସାରେ ଅଯୋଧ୍ୟାର ରାଜା ଦଶରଥଙ୍କ ଜେଷ୍ଠ ପୁତ୍ର ଥିଲେ ରାମ ଚନ୍ଦ୍ର l ଏହିଦିନ ହିନ୍ଦୁ ପରିବାରରେ ବ୍ରତ ଓ ଉପବାସ ଇତ୍ୟାଦି କରା ଯାଇଥାଏ lଭାରତର ସବୁ ଜାଗା ଗୋଟିଏ ଧାର୍ମିକ ବାତାବରଣ ରେ ପୁରୀ ଉଠିଥାଏ l ସେହି ପୁରୁଷ ଶ୍ରେଷ୍ଠ ରାମଙ୍କର ମାହାତ୍ମ୍ୟ ଆଜି ମଧ୍ୟ ସବୁଠି ବିଦ୍ୟମାନ l ଜୟ ଶ୍ରୀ ରାମ l

Show More

Related Articles

Back to top button