ଦେଶ ବିଦେଶସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ଶିଶୁଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

ଦିଅନ୍ତୁ ନାହିଁ ଏହି ସବୁ ଔଷଧ

ଗତ ବର୍ଷ ଠାରୁ ଦେଶ କରୋନା ମହାମାରୀ ସହିତ ଲଢେଇ କରୁଛି l କରୋନାର ଦ୍ଵିତୀୟ ଲହର ଏବେ ମଧ୍ୟ ଜାରି ରହିଛି l ଏହାର ଭାୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏବେ ତୃତୀୟ ଲହରର ମୁକାବିଲା ପାଇଁ ସତର୍କ ହୋଇଛନ୍ତି l କେନ୍ଦ୍ର ସରକାର ଏବେ କରୋନାରେ ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି lସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କୁ ଆଣ୍ଟି ଭାଇରଲ ରେମଡେସିଭିର ଦେବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି l ଏହା ସହିତ କୁହାଯାଇଛି ଯେ, ପିଲାଙ୍କୁ ଷ୍ଟିରଏଡ଼ ଦିଅନ୍ତୁ ନାହିଁ l ପିଲାଙ୍କର ଶାରୀରିକ କ୍ଷମତା ଦେଖିବା ପାଇଁ ଛଅ ମିନିଟର ୱାର୍କ ଟେଷ୍ଟ କରିବାକୁ ଏହି ଗାଇଡଲାଇନରେ କୁହାଯାଇଛି lକହିରଖୁଛୁ ଯେ କରୋନାର ତୃତୀୟ ଲହରରେ ଶିଶୁଙ୍କୁ ବଡ଼ ସଂଖ୍ୟାରେ ଏହା ସଂକ୍ରମିତ କରିବାର ସମ୍ଭାବନା ରହିଛି l ମନ୍ତ୍ରଣାଳୟ ପୂର୍ବରୁ କହିଛି ଯେ ଅତି ଆବଶ୍ୟକ ପଡୁଥିବା ରୋଗୀଙ୍କୁ କେବଳ ଷ୍ଟିରଏଡ଼ ଦିଆଯିବ l

ପିଲାଙ୍କର ଆଙ୍ଗୁଠିରେ ଅକ୍ସିମିଟର ଲଗାଇ ଛଅ ମିନିଟ ପର୍ଯ୍ୟନ୍ତ ସେମାନଙ୍କୁ ଦୋହଲିବା ପାଇଁ କହିବାକୁ ମନ୍ତ୍ରଣାଳୟ ଏଥିରେ କହିଛି l ଯଦି ଆକ୍ସିଜେନ ସଚୁରେସନ ଚଉରାନାବେରୁ କମ ରହିଛି ତେବେ ସେମାନଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବା ଦେଖାଯିବ l ଏହି ଆଧାରରେ ଶିଶୁଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିବା ପାଇଁ ଏହି ଗାଇଡଲାଇନରେ କୁହାଯାଇଛି l

Show More

Related Articles

Back to top button