ଓଡ଼ିଶା

ଲଗାତର ବର୍ଷା ଓ କୁହୁଡି ଯୋଗୁଁ ଗୁରୁବାର ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

ଲଗାତର ବର୍ଷା ଓ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ୩୦ ତାରିଖ ଅର୍ଥାତ ଗୁରୁବାର ଶିମିଳିପାଳ ବନ୍ଦ ।

ଶିମିଳିପାଳ ଅଭୟାରଣ୍ୟ ଭିତର ଦେଇ ଯାଇଥିବା ରାସ୍ତା ମାଟିର ହୋଇଥିବା ବେଳେ ଏବଂ ଅଙ୍କାବଙ୍କା ଓ ତୀକ୍ଷ୍ଣ । ତେଣୁ ବର୍ଷା ଓ କୁହୁଡି ସମୟରେ ପର୍ଯ୍ୟଟକଙ୍କ ଗାଡି ଅଟକି ରହିଯିବାର ସମ୍ଭାବନା ଥାଏ ।

ଏହାକୁ ନଜରରେ ରଖି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ୩୦ତାରିଖ ଅର୍ଥାତ ଗୁରୁବାର ପାଇଁ ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକ ପ୍ରବେଶକୁ ବନ୍ଦ କରାଯାଇଛି । ଶିମିଳିପାଳ ବନ୍ୟପ୍ରାଣୀ ଦକ୍ଷିଣ ଅଞ୍ଚଳ ବନଖଣ୍ଡର ଉପ ନିର୍ଦ୍ଦେଶକ ଡ଼ା. ସମ୍ରାଟ ଗୌଡା ଡି.ଏସ. ଏନେଇ ସୂଚନା ଦେଇଛନ୍ତି ।

Show More

Related Articles

Back to top button