Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶେଷ ୨୪ଘଣ୍ଟାରେ ଚିହ୍ନଟ ହେଲେ ୨୨୫ କୋଭିଡ୍ ପଜିଟିଭ୍

୧୦୫୪୬୦୬ରେ ପହଞ୍ଚିଲା ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ୨୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୪୬୦୬ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୯୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୭ ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୭ ଜଣ,ସମ୍ବଲପୁରରୁ ୨୩ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ, ବାଲେଶ୍ବରରୁ ୧୨ ଜଣ, କଟକରୁ ୧୧ ଜଣ, ମୟୂରଭଞ୍ଜରୁ ୧୦ ଜଣ,

 

Corona Virus COVID-19

ଝାରସୁଗୁଡ଼ାରୁ ୯ ଜଣ, କେନ୍ଦୁଝରରୁ ୬ ଜଣ, ଦେବଗଡ଼ରୁ ୫ ଜଣ, ଯାଜପୁର, କେନ୍ଦ୍ରାପଡ଼ା ଓ ନୂଆପଡ଼ା ଜିଲ୍ଲାରୁ ୪ ଜଣ ଲେଖାଁଏ, ବଲାଙ୍ଗୀର ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଁଏ, ବରଗଡ଼, ଭଦ୍ରକ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ, ଢ଼େଙ୍କାନାଳ, ଗଞ୍ଜାମ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୪୬୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୫୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୪୪୪୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୫୪୬୧୧୩୮ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button